www.samajalive.in
Saturday, December 13, 2025
21.1 C
Bhubaneswar

ବ୍ଲକସ୍ତରୀୟ ଶାରଦୀୟ କ୍ରୀଡା ଉତ୍ସବ ଉଦ୍‍ଯାପିତ

କଲମପୁର : କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆନୁକୂଲ୍ୟରେ କଲମପୁର ମିନିଷ୍ଟାଡିୟମ ଠାରେ ବ୍ଲକସ୍ତରୀୟ ଶାରଦୀୟ କ୍ରୀଡା ଉତ୍ସବ ଆୟୋଜିତ ହେଇଯାଇଛି। ବି.ଡି.ଓ ହେମସାଗର ଭୋଇ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡାର ଶୂଭାରମ୍ଭ କରିଥିଲେ। ଏଥିରେ ବ୍ଲକର ସମସ୍ତ ହାଇସ୍କୁଲ ଓ ମଧ୍ୟଇଂରାଜୀ ସ୍କୁଲର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ସର୍ବମୋଟ ୧୮ ଗୋଟି ଇଭେଣ୍ଟରେ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ। ବାଳକ ବରିଷ୍ଟ ବିଭାଗ ୧୦୦ ମିଟର, ୨୦୦ ମିଟର ଦୌଡ ଓ ଲଙ୍ଗ ଜମ୍ପରେ ବିଶ୍ୱନାଥ ବିଦ୍ୟାପୀଠର ଛାତ୍ର ଧର୍ମେନ୍ଦ୍ର ବାଗ ପ୍ରଥମ ହୋଇଥିବା ବେଳେ ୪୦୦ ମିଟର ଦୌଡରେ ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲର ଛାତ୍ର ଶାନ୍ତଶିଳ ରଣା ପ୍ରଥମ ହୋଇଥିଲେ। ସଟଫୁଟ ଓ ହାଇ ଜମ୍ପରେ ହାରାମାଲ ପଞ୍ଚାୟତ ହାଇସ୍କୁଲର ଛାତ୍ର ବାସୁଦେବ ରାଉତ ଓ ଦୌଲା ଶବର ପ୍ରଥମ ହୋଇ ଆଗାମୀ ନଭେମ୍ବର ମାସ ୩ ତାରିଖ ଦିନ ଧର୍ମଗଡ ପଞ୍ଚାୟତ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲାସ୍ତରୀୟ ଶାର୍ଦୀୟକ୍ରୀଡା ଉତ୍ସବରେ ଅଂଶଗ୍ରହଣକରିବା ପାଇଁ ଯୋଗ୍ୟ ବିବେଚିତ ହେଇଛନ୍ତି। ସେହିଭଲି କନିଷ୍ଠ ବାଳକ ବର୍ଗରେ ଭାରତ ନାଏକ, ରମେଶ ଶବର, ମୁକେଶ ଶବର, ସୋନୁ ନିଆଲ, କ୍ଷମାନିଧି ଶବର ପ୍ରମୁଖ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଲି ବାଳିକା ବରିଷ୍ଠ ବିଭାଗରୁ ନିଳାବତୀ ଗହିର, ଭାରତୀ ଶବର, ଗୁଣି ନାଏକ, ହିତେସ୍ୱରୀ ନାଏକ, ବର୍ଷା ମାଝୀ, ସ୍ୱପ୍ନା ଦଣ୍ଡସେନା, ପ୍ରତୀମା ବାଗ ଓ ଅଲିଶା ରଣା ପ୍ରମୁଖ ଜିଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ କୃତିତ୍ତ୍ଵ ହାସଲ କରିଛନ୍ତି। ଦୁର୍ଗାମାଧବ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଞ୍ଛାନିଧି ପଣ୍ଡାଙ୍କ ଅଧଧ୍ୟକ୍ଷତାରେ ଆୟୋଜିତ ଉଦ୍‍ଯାପନୀ ସମାରୋହରେ ଗୋଷ୍ଟୀ ଶିକ୍ଷା ଅଧିକାରୀ ନବିନ କୁମାର ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଣ୍ଡଳ ବିଶ୍ୱନାଥ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରତାପ କିଶୋର ପଣ୍ଡା, ବରିଷ୍ଟ ଶାରିରୀକ ଶିକ୍ଷା ଶିକ୍ଷକ ଶିବ ପ୍ରସାଦ ମହାନ୍ତି, ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ୍‍ କୁମାର ବେହେରା, ବରିଷ୍ଠ ଶିକ୍ଷକ ହେମନ୍ତ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୂରସ୍କାର ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ। ଶିକ୍ଷକ ପ୍ରେମ ସାଗର ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକରେ କାର୍ଯ୍ୟରତ ସମସ୍ତ ବିଦ୍ୟାଳୟର ଶାରିରୀକ ଶିକ୍ଷା ଶିକ୍ଷକ ଓ ଅନ୍ୟ ଶିକ୍ଷକ ମାନେ ସକ୍ରିୟ ସହଯୋଗ କରିଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories