www.samajalive.in
Thursday, December 11, 2025
15.1 C
Bhubaneswar

ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ଶିବରାଜଙ୍କ ପୁଅ

ଭୋପାଳ : ପାନାମା ପେପର ଦୁର୍ନୀତିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାଣଙ୍କ ପୁଅ କାର୍ତ୍ତିକେୟ ସିଂହ ଚୌହାଣଙ୍କ ନାମ ସଂଲଗ୍ନ କରି ଅଡୁଆରେ ପଡିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ମିଥ୍ୟା ଅଭିଯୋଗ ଆଣିଥିବା ଦର୍ଶାଇ ରାହୁଲଙ୍କ ବିରୋଧରେ କାର୍ତ୍ତିକେୟ ମଙ୍ଗଳବାର ସ୍ଥାନୀୟ ଅଦାଲତରେ ମାନହାନି ମକଦ୍ଦମା କରିଛନ୍ତି। ନଭେମ୍ବର ୩ରେ ଏହି ମାମଲାର ଶୁଣାଣି ହେବ। ସୋମବାର ଝାବୁଆଠାରେ ଏକ ଶୋଭାଯାତ୍ରାକୁ ସମ୍ବୋଧିତ କରି ରାହୁଲ କହିଥିଲେ ଯେ ପାନାମା ପେପର ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମ ଉଠିବା ପରେ ସେଠାକାର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ଦୁର୍ନୀତି ମାମଲାରେ ଶିବରାଜଙ୍କ ବଡ଼ ପୁଅ କାର୍ତ୍ତିକେୟଙ୍କ ସମ୍ପୃକ୍ତି ଥିବା ଜଣାପଡିଛି; ଅଥଚ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ଅଭିଯୋଗ ପରେ ରାହୁଲଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରି ଶିବରାଜ ଲେଖିଥିଲେ କଂଗ୍ରେସ ଅଧ୍ୟକ୍ଷ ଜାଣିଶୁଣି ବିଭିନ୍ନ ଦୁର୍ନୀତି ମାମଲାରେ ତାଙ୍କର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମ ସଂଲଗ୍ନ କରୁଛନ୍ତି। ଏହାଦ୍ୱାରା ତାଙ୍କ ପରିବାରର ପ୍ରତିଷ୍ଠା କ୍ଷୁଣ୍ଣ ହେଉଛି। ଏଣୁ ସେ ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ। ଶିବରାଜଙ୍କ ଟ୍ୱିଟ ଉପରେ ପ୍ରତିକ୍ରିୟା ରଖି ରାହୁଲ କହିଛନ୍ତି, ବିଜେପି ଏତେ ଦୁର୍ନୀତି ମାମଲାରେ ସଂଶ୍ଲିଷ୍ଟ ଯେ ସୋମବାର ସେ ତ୍ରୁଟି କରିବସିଥିଲେ। ତାଙ୍କ ପାଟିରୁ ବ୍ୟାପମ ପରିବର୍ତ୍ତେ ପାନାମା ବାହାରିଥିଲା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପାନାମା ଦୁର୍ନୀତିରେ ନୁହେଁ; ଇ-ଟେଣ୍ଡରିଂ ଓ ବ୍ୟାପମ୍‍ ଦୁର୍ନୀତି କରିଛନ୍ତି। ଏପରିକି ଶିବରାଜ ସରକାର ଦୁର୍ନୀତିକୁ ଧର୍ମ କରିନେଇଥିବା ସେ ଦର୍ଶାଇଛନ୍ତି। ବ୍ୟାପମ ଦୁର୍ନୀତିରେ ତାଙ୍କର କିମ୍ବା ତାଙ୍କ ପରିବାରର ସମ୍ପୃକ୍ତି ଅଭିଯୋଗକୁ ଶିବରାଜ ଅସ୍ୱୀକାର କରିଆସୁଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories