www.samajalive.in
Tuesday, December 9, 2025
23.1 C
Bhubaneswar

କାକଟପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଗୋପବନ୍ଧୁ ଜ୍ୟୋତିକୁ ସ୍ଵାଗତ ସମ୍ବର୍ଦ୍ଧନା

କୋଣାର୍କ : କାକଟପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ମଙ୍ଗଳବାର ଅପରାହ୍ନ ୫ ଘଟିକା ସମୟରେ ନୟାହାଟ ସ୍ଥିତ ଯୋଗେଶ୍ଵରପୁର ଛକ ଠାରେ ଗୋପବନ୍ଧୁ ଜ୍ୟୋତିକୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଉପସ୍ଥିତ ରହି ଦୈନିକ ଓଡ଼ିଆ ଖବରକାଗଜ ‘ସମାଜ‘ ପକ୍ଷରୁ ଆୟୋଜିତ ଗୋପବନ୍ଧୁ ଜ୍ୟୋତିକୁ ଭଵ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ନୟାହାଟ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ, ଵେସରକାରୀସଂଗଠନ,ମହିଳା ସ୍ଵୟଂସହାୟକ ଗୋଷ୍ଠୀ, ଯୁବକ ସଂଘ ସମେତ ଆଖପାଖ ଗ୍ରାମର ଶତାଧିକ ଜନସାଧାରଣ ଉପସ୍ଥିତ ରହି ହୁଳହୁଳି, ହରିବୋଲ ଧ୍ଵନି ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ,ଗୋପ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡା ,କାକଟପୁର ବିଜେଡ଼ି ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ଧୂମାଳ ଵିଜେଡି ସଭାପତି ତନ୍ମୟ କୁମାର ମହାନ୍ତି, ବିରତୁଙ୍ଗ ସରପଞ୍ଚ ଶଶାଙ୍କ ଶେଖର ମହାପାତ୍ର , ପୂର୍ବତନ ସମିତି ସଭ୍ୟ ଵିଚିତ୍ରା ନନ୍ଦ ସ୍ବାଇଁଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ, ମହିଳା ସଂଗଠନର ସଭ୍ୟା, ଶିକ୍ଷାବିତ ଓ ସାମାଜିକ କର୍ମୀ ମାନେ ଉପସ୍ଥିତ ଥିଲେ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories