www.samajalive.in
Saturday, December 6, 2025
14.1 C
Bhubaneswar

ପିଡିଏସ୍ ଚାଉଳ ବଣ୍ଟନ ଅନିୟମିତତା : ୧୦ ଘଣ୍ଟା ପରେ ମୁକୁଳିଲେ ଅଧିକାରୀ

ବେତନଟୀ : ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ନଡ଼ପୁର ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ ସହ ଶନିବାର ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ଚାଉଳ ଥିବା ଗୋଦାମକୁ ସିଲ କରାଯାଇଥିଲା। ମଙ୍ଗଳବାର ଘଟଣାର ତଦନ୍ତ ପାଇଁ ବିଡିଓ ଗୋପୀନାଥ ଖାଖା ପୂର୍ବାହ୍ନରେ ନଡ଼ପୁର ପଞ୍ଚାୟତକୁ ଯାଇଥିବା ବେଳେ ଉତ୍ତେଜିତ ହିତାଧିକାରୀ ତାଙ୍କୁ ଅଟକ ରଖିଥିଲେ। ତଦନ୍ତ ପାଇଁ ବିଡିଓଙ୍କ ସହ ଯାଇଥିବା ଯୋଗାଣ ନିରୀକ୍ଷକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଯୋଗାଣ ସହାୟିକା ଜୟସ୍ମିତା କବାଟ ଏବଂ ଅନ୍ୟମାନଙ୍କୁ ମଧ୍ୟ ହିତାଧିକାରୀ ତାଲା ପକାଇ ଅଟକ ରଖିଥିଲେ। ସଂପୃକ୍ତ ଯୋଗାଣ ସହାୟିକାଙ୍କୁ ନିଲମ୍ବନ କରାଯିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ବିଡିଓଙ୍କ ସମେତ ଅଟକ ଥିବା ସମସ୍ତ ଅଧିକାରୀ ପ୍ରାୟ ୧୦ ଘଣ୍ଟା ପରେ ପଞ୍ଚାୟତ କାର୍ଯ୍ୟାଳୟରୁ ମୁକୁଳିଥିଲେ।
ସୂଚନାଥାଉକି କି ଶନିବାର ବ୍ଲକ ପ୍ରଶାସନ ତରଫରୁ ଏବିଡିଓ ଗଗନ ବିହାରୀ ବେହେରା ଓ ବୈଶିଙ୍ଗା ଥାନା ଅଧିକାରୀ ପଞ୍ଚାୟତରେ ପହଞ୍ଚି ଚାଉଳ ଗୋଦାମକୁ ସିଲ କରିଥିଲେ। ସୋମବାର ପୂର୍ବାହ୍ନରେ ବେତନଟୀ ଯୋଗାଣ ନିରୀକ୍ଷକ ନଡପୁର ପଞ୍ଚାୟତ କାର୍ଯ୍ୟାଳୟକୁ ତଦନ୍ତ ପାଇଁ ଆସିଥିବା ନଡ଼ପୁର ଗ୍ରାମବାସୀ ତଥା ହିତାଧିକାରୀ ଜାଣିବା ପରେ ତାଙ୍କୁ ତଦନ୍ତ କରିବା ପାଇଁ ମନା କରିବା ସହ ପଞ୍ଚାୟତ କାର୍ଯ୍ୟାଳୟ ଭିତରକୁ ପଶିବା ପାଇଁ ଦେଇନଥିଲେ। ମଙ୍ଗଳବାର ବେତନଟୀ ବିଡିଓ ଗୋପୀନାଥ ଖାଖା, ବ୍ଲକ ଯୋଗାଣ ନିରୀକ୍ଷକଙ୍କ ସହିତ ବୈଶିଙ୍ଗା ପୁଲିସ ପହଞ୍ଚି ଚାଉଳ ଗୋଦାମ ସିଲ ଖୋଲି ତଦନ୍ତ କରିଥିଲେ। ଓଜନ କମ କରି ଚାଉଳ ବଣ୍ଟନ କରିଥିବା ଯୋଗାଣ ସହାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଦାବି କରିଥିଲେ ଉତ୍ତେଜିତ ହିତାଧିକାରୀ। ତେବେ ସେମାନଙ୍କ ଦାବି ପୂରଣ ନହେବାରୁ ଜନସାଧାରଣ ବିଡିଓ ଗୋପୀନାଥ ଖାଖାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଅଟକ ରଖିଥିଲେ। ଖବର ପାଇ ଘଟଣାସ୍ଥଳରେ ବେତନଟୀ ଏସଡିପିଓ ସୁଦର୍ଶନ ଦାସ, ଥାନାଧିକାରୀ ସସ୍ମିତା ମହାନ୍ତ, ବୈଶିଙ୍ଗା ଥାନାଧିକାରୀ ତପନ ପ୍ରଧାନ ପ୍ରମୁଖ ପହଞ୍ଚି ଉତ୍ତେଜିତ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଯୋଗାଣ ସହାୟିକା ହିତାଧିକାରୀଙ୍କ କେତେ ଚାଉଳ ହେରଫେର କରିଛନ୍ତି ତାହା ସ୍ପଷ୍ଟ କରିବାକୁ ଲୋକେ ଦାବି କରିଥିଲେ। ଏ ନେଇ ବିଡିଓ ଶ୍ରୀ ଖାଖା ଜିଲାପାଳଙ୍କ ସହ ଆଲୋଚନା କରିବା ପରେ ଯୋଗାଣ ସହାୟିକା ଜୟସ୍ମିତା କବାଟଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବନ କରିବା ନେଇ ଲିଖିତ ଚିଠି ପ୍ରଦାନ କରିଥିଲେ। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ଉତ୍ତ୍ୟକ୍ତ ହିତାଧିକାରୀ ବିଡିଓଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଛାଡ଼ିଥିବା ଖବର ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories