www.samajalive.in
Monday, December 15, 2025
16.1 C
Bhubaneswar

ଏନ୍‍ଡିଏରେ ଫାଟ: ମଧ୍ୟପ୍ରଦେଶରେ ୬୬ ପ୍ରାର୍ଥୀ ଦେଲା ଆର୍‍ଏଲ୍‍ଏସ୍‍ପି

ନୂଆଦିଲ୍ଲୀ/ଭୋପାଳ : ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‍ଡିଏ)ରେ ଫାଟ ସୃଷ୍ଟି ହୋଇଛି। କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‍ଏଲ୍‍ଏସ୍‍ପି) ଅଧ୍ୟକ୍ଷ ଉପନ୍ଦ୍ରେ କୁଶୱାହା ମଧ୍ୟପ୍ରଦେଶରେ ଏକାକୀ ନିର୍ବାଚନ ଲଢିବେ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। ଏହି କ୍ରମରେ ଆର୍‍ଏଲ୍‍ଏସ୍‍ପି ପକ୍ଷରୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୬ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ଏହା ବିଜେପି ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି।
ବିହାର ଲୋକସଭା ନିର୍ବାଚନରେ କୁଶୱାହା ଏକାକୀ ନିର୍ବାଚନ ଲଢିବେ କି ନାହିଁ ତାହା ଘୋଷଣା କରିନାହାନ୍ତି। ତେବେ ନିକଟରେ ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ କୁଶୱାହାଙ୍କ ବୈଠକକୁ ନେଇ ଆଲୋଚନା ହୋଇଥିଲା। ବିହାରରେ କୁଶୱାହା ଏନଡିଏ ଛାଡ଼ି ଆରଜେଡି ସହ ମହାମେଣ୍ଟରେ ସାମଲ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଏପଟେ ମଧ୍ୟପ୍ରଦେଶରେ କୁଶୱାହା ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ ଏନ୍‍ଡିଏରେ ଫାଟ ସ୍ପଷ୍ଟ ପରିଲକ୍ଷିତ ହୋଇଛି। ଉଲ୍ଲେଖଯୋଗ ଯେ ମଧ୍ୟପ୍ରଦେଶରେ ନଭେମ୍ବରରେ ନିର୍ବାଚନ ହେବ। ଦିଲ୍ଲୀସ୍ଥିତ ନିଜ ଆବାସରେ ସାମ୍ବାଦିକ ସମ୍ମଳିନୀ ଡାକି କୁଶୱାହା କହିଥିଲେ ଯେ ଏନେଇ ବିଜେପିକୁ ପୂର୍ବରୁ ଜଣାଇ ଦିଆଯାଇଥିଲା। ଲୋକସଭା ନିର୍ବାଚନ ଆସନ ବଣ୍ଟା ପାଇଁ କଥାବାର୍ତ୍ତା ଜାରି ରହିଛି। ଏପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ହୋଇନାହିଁ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories