ନୂଆଦିଲ୍ଲୀ: “ଆପଣ କୌଣସି ଚିପ୍ସର ପ୍ୟାକେଟ ଉଠାନ୍ତୁ। ଆଳୁର ଏବେ ବଜାର ମୂଲ୍ୟ କେତେ? ୫ଟଙ୍କା। ଚିପ୍ସ ପ୍ୟାକେଟର ମୂଲ୍ୟ କେତେ? ସେଥିରେ କେତେ ଆଳୁ ଥାଏ? ଅଧା ଆଳୁରେ ଗୋଟେ ଚିପ୍ସ ପ୍ୟାକେଟର ଚିପ୍ସ ନିର୍ମାଣ ହୁଏ। ସେଥିରୁ ଜଣେ କୃଷକଙ୍କୁ କେତେ ମୂଲ୍ୟ ମିଳେ? ୫୦ପଇସା, ତା’ଠାରୁ କମ୍…’ ଏଭଳି କଥା ଅମେ ନୁହେଁ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନରେ ଯୋଗ ଦେଇଥିବା ରାହୁଲ ଗାନ୍ଧିଙ୍କ ଉପରୋକ୍ତ ଭାଷଣ ସୋସିଆଲ ମିଡିଆକୁ ପୁଣି ଚଳଚଞ୍ଚଳ କରିଦେଇଛି। ମଧ୍ୟପ୍ରଦେଶର ଧାର ଅଞ୍ଚଳରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ରାହୁଲ ଗାନ୍ଧି ଏହି ମନ୍ତବ୍ୟ ଦେଇଛନ୍ତି। ଆଳୁ ଚାଷୀଙ୍କ ବିଡ଼ମ୍ବନା ସମ୍ପର୍କରେ ଜନତାଙ୍କୁ ବୁଝାଇବାକୁ ଯାଇ କଂଗ୍ରେସ ଅଧ୍ୟକ୍ଷ ଯେଉଁ ଉଦାହରଣ ଦେଲେ ତାହା ଦେଶବାସୀଙ୍କୁ ଚକିତ କରିଦେଇଛି। ୫ଟଙ୍କାରେ ଆଳୁ କେଉଁଠି ମିଳୁଛି ଏହାକୁ ନେଇ ସୋସିଆଲ ମିଡିଆ ପାଲଟା ରାହୁଲଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି।
Popular Categories



