www.samajalive.in
Thursday, December 11, 2025
14.1 C
Bhubaneswar

କେଉଁ କଡ଼ ମାଡ଼ି ଶୋଇବେ

ରାତିସାରା ସୁଖନିଦ୍ରାରେ ଶୋଇଲେ ସକାଳୁ ଦେହ ଓ ମନ ଫୁର୍ତ୍ତି ଲାଗେ ତଥା ବିଭିନ୍ନ ରୋଗ ଆକ୍ରମଣରୁ ସୁରକ୍ଷା ମିଳେ। ଭଲ ନିଦ ହୋଇନଥିଲେ ଅସୁସ୍ଥତାର ଆଶଙ୍କା ରହିବା ସହିତ ଦିନସାରା ବ୍ୟତିବ୍ୟସ୍ତ ଲାଗେ। ଗାଢ ତଥା ସମ୍ପୂର୍ଣ୍ଣ ନିଦରେ ଶୋଇପାରୁଥିବା ବ୍ୟକ୍ତିଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବେଶୀ ସକ୍ରିୟ ଥାଏ। ବିଶେଷଜ୍ଞଙ୍କ ମତରେ, ହୃଦ୍‌ରୋଗ, ମେଦବହୁଳତା, ମଧୁମେହ ଏବଂ ଦୁର୍ବଳ ମସ୍ତିଷ୍କର ପ୍ରମୁଖ କାରଣ ନିଦ୍ରାହୀନତା। ନିୟମିତ ବ୍ୟାୟାମ, ତୈଳାକ୍ତ ଖାଦ୍ୟ ତଥା ଚା’ କଫି ପରି ପାନୀୟରୁ ଦୂରେଇ ରହିବା ଭଲ ନିଦ ଦେଇପାରେ। ଏହା ସହିତ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି କେଉଁ କଡ ମାଡି ଶୋଇବେ। ବାମ କଡ ମାଡି ଶୋଇବା ଉଚିତ ବୋଲି ବିଶେଷଜ୍ଞମାନେ କହନ୍ତି। ଶରୀରରୁ ବିଷାକ୍ତ ତତ୍ତ୍ବ ତଥା ବର୍ଜ୍ୟବସ୍ତୁ ବାହାର କରିବାର କାମ ଯକୃତ ଏବଂ କିଡ୍‌ନୀର ହୋଇଥାଏ। ତେଣୁ ଶୋଇବା ସମୟରେ ଏ ଦୁଇଟି ଉପରେ ଚାପ ପଡିବା ଉଚିତ ନୁହେଁ। ବାମ କଡ ମାଡି ଶୋଇଲେ ଏ ଦୁଇଟିଯାକ ଅଙ୍ଗ ନିଜ କାମ ଠିକ୍‌ ଭାବେ କରିପାରନ୍ତି। ସେହିପରି ଶରୀରର ବିଭିନ୍ନ ଅଙ୍ଗ ଏବଂ ମସ୍ତିଷ୍କ ପର୍ଯ୍ୟନ୍ତ ରକ୍ତ ସହିତ ଅମ୍ଳଜାନ ସଠିକ୍‌ ଭାବେ ପହଞ୍ଚାଇ ହୁଏ। କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ବି ଏପରି ଶୋଇବା ଦ୍ବାରା ଉପଶମ ମିଳେ। ଏହାଦ୍ବାରା ହଜମ ବ୍ୟବସ୍ଥା ଉପରେ ଅଧିକ ଚାପ ପଡେନାହିଁ, ଖାଦ୍ୟ ଭଲଭାବେ ହଜମ ହୋଇଯାଏ ଏବଂ ଶରୀରରେ ଜମା ହେଉଥିବା ବିଷାକ୍ତ ତତ୍ତ୍ବ ସହଜରେ ବାହାରିଯାଏ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories