ଫୁଲବାଣୀ: ଅଦାନୀ ଗ୍ରୁପ ମାମଲାରେ କେନ୍ଦ୍ର ସରକାରଙ୍କ ନୀରବତା ପ୍ରତିବାଦରେ ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହି ଅର୍ଥନୈତିକ ଜାଲିଆତି ଘଟଣାରେ କେନ୍ଦ୍ର ସରକାର ଆଲୋଚନା କରିବା ପାଇଁ ମଧ୍ୟ ପ୍ରସ୍ତୁତ ନାହାନ୍ତି। ତେଣୁ ଏହି ମାମଲାର ପର୍ଦ୍ଦାଫାସ ପାଇଁ ମୂଖ୍ୟ ନ୍ୟାୟାଧୀଶଙ୍କ ତତ୍ତ୍ୱାବଧାନରେ କିମ୍ବା ଯୁଗ୍ମ ସଂସଦୀୟ କମିଟି ଦ୍ବାରା ଯାଞ୍ଚ ପାଇଁ ଦାବି କରିଛି ଦଳ। ନଗର କଂଗ୍ରେସ ସଭାପତି ଶିବଶଙ୍କର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ କାର୍ୟ୍ୟକ୍ରମରେ ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ବରିଷ୍ଠ ନେତା ଘନ କୁମାର ଶବର, ହେମନ୍ତ କର, ଗୌରଚରଣ ବେହେରା, ସଂସାର ଭୋଇ ପ୍ରମୂଖ ଉପସ୍ଥିତ ଥିଲେ।
Popular Categories



