www.samajalive.in
Sunday, December 14, 2025
14.1 C
Bhubaneswar

ସାଗର ସ୍ନାନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ପୀଠ ନିକଟରେ ଆସନ୍ତା ସାଗର ସ୍ନାନ ନିମନ୍ତେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ସଭାପତିତ୍ୱ କରିଥିଲେ। ଚଳିତ ମାସ ୧୯ ତାରିଖରେ ବାରୁଣୀ ଯୋଗରେ ବଳପୁର ଭାର୍ଗବୀ ନଦୀ ଭୃଗୁଘାଟରେ ବରାଳ ବାଲୁଙ୍କେଶ୍ୱର ଦେବ, ସୁଆଣ୍ଡୋର ଲୋକେଶ୍ୱର ଦେବ, ବିଦ୍ୟାଧରପୁରର କୁଣ୍ଡଳେଶ୍ୱର ଦେବଙ୍କ ସାଗର ସ୍ନାନ ଯାତ୍ରା ଅନୁଷ୍ଠିତ ହେବା ସହ ୨୦ ତାରିଖରେ ବିଭୁତି ଦଣ୍ଡାରେ ହେବାକୁ ଥିବା ଦେଵନୀତି ଓ ମନୋରଞ୍ଜନ କାର୍ୟ୍ୟକ୍ରମ କରାଯିବ। ପରେ ହରି ହର ଭେଟ କରାଯାଇ ରାତ୍ର ୯ ଘଟିକା ସମୟରେ ସାଗର ସ୍ନାନ ଯାତ୍ରାକୁ ଉଦଯାପିତ କରାଯିବ।

ବୈଠକରେ ବଳପୁର ବାଲୁଙ୍କେଶ୍ୱର ଦେବ ମନ୍ଦିର ଟ୍ରଷ୍ଟି ନିରଞ୍ଜନ ମହାପାତ୍ର, ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ ଲୋଚନ ଦାସ, ତହସିଲଦାର ଜୟନ୍ତ କୁମାର ଜୟସିଂ, ଥାନା ଅଧିକାରୀ ବିଜୟ କେତନ ବେହେରା, ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡାକ୍ତର ପ୍ରୀତମ ବାଗ, ୩୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ୩୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବରାଳ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଜାତା ପରିଡା ଓ ଅନିତା ରାଜ ପଣ୍ଡା, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories