ପାଟଣା: କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ରୋହିଣୀଦୁମା ଜଙ୍ଗଲରେ ମହାବଳ ବାଘ ପାଇଁ ଖଞ୍ଜାଯାଇଥିବା ଟ୍ରାପ କ୍ୟାମେରା ଚୋରି ହୋଇଯାଇଛି। ଜଙ୍ଗଲରୁ ଟ୍ରାପ କ୍ୟାମେରା ଚୋରି ହେବା ପରେ ବାଘର ବାସ୍ତବ୍ୟ ସ୍ଥିତି, ସୁରକ୍ଷା ଓ ଗତିବିଧି ଜାଣି ହେଉନାହିଁ। ଜଙ୍ଗଲରୁ ଟ୍ରାପ ଚୋରି ନେଇ ପାଟଣା ବନ ବିଭାଗ ପକ୍ଷରୁ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲର ରୋହିଣୀଦୁମା ଜଙ୍ଗଲରେ ୧୦ ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା । ସେଥିରୁ ୨ଟି କ୍ୟାମେରା ଚୋରି ହୋଇ ଯାଇଥିବା ନେଇ ପାଟଣା ବନପାଳ ଚିତ୍ତରଞ୍ଜନ ପରିଡା ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି। ଗତ ୬ତାରିଖ ୧ଟି କ୍ୟାମେରା ଚୋରି ହୋଇଥିବା ବେଳେ ୭ତାରିଖରେ ଏହି ସଂଖ୍ୟା ୨କୁ ବୃଦ୍ଧି ପାଇଥିଲା। ଅଭିଯୋଗ ପରେ ଘଟଗାଁ ଥାନାରେ କେଶ ନମ୍ବର ୪୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ।
Popular Categories



