www.samajalive.in
Sunday, December 14, 2025
17.1 C
Bhubaneswar

ସାତଗଡ ତୈଳିକ ବୈଶ୍ୟ ସମାଜର ଅଧିବେଶନ

ଆଠଗଡ : ସାତଗଡ ରାଜ୍ୟ ତୈଳିକ ବୈଶ୍ୟ ସମାଜର ୫୩ତମ ବାର୍ଷିକ ସାଧାରଣ ଅଧିବେଶନ ଇଚ୍ଛାପୁର ଠାରେ ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ତୈଳିକ ବୈଶ୍ୟ ସମାଜର ସଭାପତି ନିଧି ସାହୁଙ୍କୁ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଦର ଟଙ୍କଧର ସାହୁ, ସଂପାଦକ ପବିତ୍ର କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ସମାଜର ରାଜ୍ୟ ସଭାପତି ଅକାରଣ ସାହୁ, ମୁଖ୍ୟବକ୍ତା ଭାବେ ପୂର୍ବତନ ସଂପାଦକ ବ୍ରଜବନ୍ଧୁ ସାହୁ ସମ୍ମାନିତ ଅତିଥି ଭାବେ ଭାସ୍କର ଚନ୍ଦ୍ର ସାହୁ ଓ ଇଚ୍ଛାପୁର ସରପଞ୍ଚ କବିରାଜ ସାହୁ ଯୋଗଦେଇ ତୈଳିକ ବୈଶ୍ୟ ସମାଜର ଜାତିଭାଇଙ୍କର ବିଭିନ୍ନ ସମସ୍ୟା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ତୈଳିକ ଜାତିର ଗାରିମା ଓ ଦୃଢ ସଂଗଠନ ଓଡିଶାର ପ୍ରତି କୋଣ ଓ ଅନୁକୋଣରେ ପରିବ୍ୟାପ୍ତ ରହିଛି ଏବଂ ଏହାକୁ ଆହୁରି ଅଧିକ କ୍ରିୟାଶୀଳ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ପ୍ରାୟ ୪୫ହଜାର ଟଙ୍କାର ଶିକ୍ଷାବୃତ୍ତି, ଅସହାୟ ମହିଳାଙ୍କୁ ସିଲାଇ ମେସିନ, ବିଧବା ମାଆମାନଙ୍କୁ ୨୦୦ଟଙ୍କା ଓ ଶାଢୀ ବଣ୍ଟନ କରାଯାଇଥିଲା । ସେହିପରି ଅସହାୟ ପୀଡିତା ମହିଳା ଓ ପୁରୁଷଙ୍କୁ ଚିକିତ୍ସା ସହାୟତା ଲାଗି ୫ଜଣଙ୍କୁ ୩ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଉପସଭାପତି ପ୍ରାଣବନ୍ଧୁ ସାହୁ, କମିଟି ସଦସ୍ୟ ମାଗୁଣି ସାହୁ, ଇଚ୍ଛାପୁର ବେହେରା ପ୍ରଫୁଲ୍ଲ ଚନ୍ଦ୍ର ସାହୁ ପ୍ରମୁଖଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଇଚ୍ଛାପୁରର ବାଳିକାମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories