କଲମପୁର: କଲମପୁର ବ୍ଲକ ଅଧିନସ୍ଥ ପାତ୍ରବସା ଠାରେ ସ୍ଥାପନ ହେବ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ଏନେଇ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ମଞ୍ଜୁର ହେଇଛି। ଜିଲ୍ଲା ପ୍ରଶାସନ ଏନେଇ ଘୋଷଣା କରିବା ପରେ ଏବେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୋଠା ନିର୍ମାଣ ପାଇଁ ତତ୍ପରତା ପ୍ରକାଶ ପାଇଛି ଗ୍ରାମବାସୀଙ୍କ ସୁବିଧା ମୁତାବକ ଏବଂ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର କୋଠା ନିର୍ମାଣ ପାଇଁ ଉପଯୁକ୍ତ ଜମି ଚିହ୍ନଟ ପାଇଁ ଗୁରୁବାର ଦିନ ପଣ୍ଡିଗାଁ ପଂଚାୟତର ସରପଂଚ କବିତା ଜୈନ ପୂର୍ବତନ ସମିତି ଅଧ୍ୟକ୍ଷ ବିପିନ ପ୍ରଧାନୀ, ଆଇନଜିବୀ ଶୁସିଳ କୁମାର ରାଉତ, ଯୁବ ସଂଗଠକ ସୁଧିର କୁମାର ରାଉତ, ଶୁସିଳ କୁମାର ଜୈନ ପ୍ରମୁଖଙ୍କ ନେତୃତ୍ୱରେ ଗ୍ରାମବାସୀ କଲମପୁର ତହସିଲଦାର ରୁଦ୍ର ମୋହନ ନାୟକଙ୍କ ଦ୍ୱାରସ୍ଥ ହେଇଛନ୍ତି। ଗ୍ରାମବାସୀଙ୍କ ଅନୁରୋଧକ୍ରମେ ତୁରନ୍ତ ଲୋକଙ୍କ ସୁବିଧା ମୁତାବକ ସ୍ଥାନରେ ଜମି ଚିହ୍ନଟ କରାଯିବା ନେଇ ତହସିଲ ତରଫରୁ ଗ୍ରାମବାସୀଙ୍କୁ ସୁଚନା ଦିଆଯାଇଛି।
Popular Categories



