www.samajalive.in
Sunday, December 14, 2025
19.1 C
Bhubaneswar

ବେଙ୍ଗାଲୁରୁକୁ ଦାଦନ ଖଟି ଯାଇଥିବା ଶ୍ରମିକଙ୍କ ଅସ୍ୱାଭାବିକ ମୃତ୍ୟୁ

କଲମପୁର: ଗତ ସପ୍ତାହରେ ମୀନଗୁର ପଂଚାୟତ ଅଧିନସ୍ଥ ଭେଲାଗାଁର ଜନୈକ ଶ୍ରମିକର ଚେନ୍ନାଇ ଠାରେ ମୃତ୍ୟୁ ହେଇଥିଲା। ଏହି ଶ୍ରମିକ ମୃତ୍ୟୁର ସପ୍ତାହେ ନପୁରୁୁଣୁ ପୁଣି ମୀନଗୁର ପଂଚାୟତ ଅଧିନସ୍ଥ ଭଇଁରୀଗାଁ ଜନୈକ ଯୁବ ଶ୍ରମିକଙ୍କ ବେଙ୍ଗାଲୁ ର ଏଚ.ଏଲ ଠାରେ ମୃତ୍ୟୁ ଘଟିଥିବା ସୁଚନା ମିଳିଛି। କିନ୍ତୁ ଏହି ଶ୍ରମିକଙ୍କ ମୃତ୍ୟୁ ଅସ୍ୱାଭାବିକ ବୋଲି ପରିବାର ଲୋକ ସୁଚନା ଦେଇଛନ୍ତି।

ସୂଚନା ଅନୁସାରେ ମୀନଗୁର ପଂଚାୟତ ଅଧିନସ୍ଥ ଭଇଁରୀ ଗ୍ରାମର ଦାଶରଥି ମାଝୀଙ୍କ ୨୫ ବର୍ଷୀୟ ପୁଅ ପବିତ୍ର ନିଜ ସାଥି ଶ୍ରମିକଙ୍କ ସହ ବେଙ୍ଗାଲୁରୁର ଏଚଏଲ ଅଂଚଳର ଜନୈକ ନିର୍ମାଣ ଠିକାଦାରଙ୍କ ନିକଟରେ ଦୀର୍ଘ ଦିନ ହେବ କାମ କରି ଆସୁଥିଲେ। କିନ୍ତୁ ଗତ ବୁଧବାର ଦିନ ତାର ମୃତ୍ୟୁ ହେଇଥିବା ପରିବାର ଲୋକଙ୍କୁ ସାଥି ଶ୍ରମିକ ସୁଚନା ଦେଇଥିଲେ। କିନ୍ତୁ ମୃତ୍ୟୁର କାରଣ ସଠିକ ଭାବେ କହିନଥିଲେ। ଏହା ପୂର୍ବରୁ କିନ୍ତୁ ତା ଜୀବନ ପ୍ରତି ବିପଦ ଥିବା ପରିବାର ଲୋକଙ୍କୁ ସୁଚନା ଦେଇଥିଲା ପବିତ୍ର। ଏହାର ପରବର୍ତି ଦିନ ସମ୍ପର୍କୀୟଙ୍କୁ ଫୋନ ମାଧ୍ୟମରେ ଜୟପାଟଣା ଅଂଚଳର ଜଣେ ସାଥି ଶ୍ରମିକ ପବିତ୍ରର ମୃତ୍ୟୁ ହେଇଥିବା ସୁଚନା ଦେଇଥିଲେ। ଏହି ସୁଚନା ପାଇବ ପରେ ଗାଁରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହେଇଥିଲା। ପରିବାର ଲୋକ ପବିତ୍ରର ମୃତ୍ୟୁ ଅସ୍ୱଭାବିକ ହେଇଥିବା ସନ୍ଦେହ କରିଛନ୍ତି। ଏପରିକି ଶ୍ରମିକଙ୍କ ଶବ ଗାଁ ରେ ପହଂଚାଇବା ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ କୁହାଯାଇଥିଲା। କିନ୍ତୁ ପରିବାର ଲୋକ ଘଟଣା ସ୍ଥଳରେ ପହଂଚିବା ପରେ ଶବ ଗାଁକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ସମ୍ପୃକ୍ତ ଠିକାଦାର ସୁଚନା ଦେବା ପରେ ଗୁରୁବାର ମୃତ ଶ୍ରମିକର ବାପା ଦାଶରଥି ଏବଂ ଅନ୍ୟ ୩ଜଣ ସମ୍ପର୍କୀୟ ବେଙ୍ଗାଲୁରୁ ଯାଉଥିବା ସୁଚନା ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories