www.samajalive.in
Sunday, December 14, 2025
17.1 C
Bhubaneswar

ବିଷମୁକ୍ତ ଖାଦ୍ୟ ଓ ରୋଗ ମୁକ୍ତ ଶରୀର ଉପରେ ଆଲୋଚନାଚକ୍ର

ସମ୍ବଲପୁର: ସମ୍ବଲପୁରର ଅଭିନବ କୃଷି ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ରାମଚଣ୍ଡୀ ସେବା ସଦନ ଠାରେ ‘ବିଷମୁକ୍ତ ଖାଦ୍ୟ ଓ ରୋଗ ମୁକ୍ତ ଶରୀର’ ଉପରେ ଏକଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଡ. ଗୌରୀ ଦାସ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଚାଷୀ, ଡାକ୍ତର, ଶିକ୍ଷାବିତ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ। ବିଷ ମୁକ୍ତ ଖାଦ୍ୟ ସର୍ମ୍ପକରେ ମତାମତ ପୋଷଣ କରି ବିଶିଷ୍ଟ ଚାଷୀ ସୁଦାମ ସାହୁ ପ୍ରକୃତି ପ୍ରଦତ୍ତ ବିହନ, ଶସ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଡା. ରାମ ଚରଣ ପ୍ରଧାନ ରୋଗ ମୁକ୍ତ ଶରୀର ଉପରେ ବିସ୍ତୁତ ଆଲୋଚନା କରିଥିଲେ। ବିଶ୍ୱଜିତ ପ୍ରଧାନ, ଡ. ଦିବେନ୍ଦୁ ସାହୁ, ସୁକାନ୍ତି ପ୍ରଧାନ, ଲକ୍ଷ୍ମନ ଖମାରୀ, ରଞ୍ଜନୀ ପ୍ରଧାନ, ଶଙ୍କର କୁମାର ପାତ୍ରଙ୍କ ସମେତ ବକ୍ତା ମାନେ ନିଜସ୍ୱ ସୁଚିନ୍ତିତ ମତାମତ ପୋଷଣ କରିଥିଲେ। ଆର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ସଫଳ ମହିଳା ଚାଷୀ ଶଙ୍କଜିନୀ ପ୍ରଧାନଙ୍କୁ ମାନପତ୍ର ସହିତ ଉତ୍ତରୀୟ ପ୍ରଦାନ କରି ଅଭିନବ କୃଷି ଅନୁଷ୍ଠାନର ସୁପ୍ରଭା ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ। କାର୍ୟ୍ୟକ୍ରମର ପ୍ରାରମ୍ଭରେ ଜଟା ଭୂଷଣ ସାହୁ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶେଷରେ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories