www.samajalive.in
Sunday, December 14, 2025
14.1 C
Bhubaneswar

ଦିନ ଦ୍ୱି ପ୍ରହରେ ବନ୍ଧୁକ ଲୁଟ: ନେଇଗଲେ ୯୬ ହଜାର ଟଙ୍କା ସହିତ ୨ଟି ସ୍ମାର୍ଡ ଫୋନ ଓ ହାତ ଘଣ୍ଟା

ଦେବଗଡ଼:ଦେବଗଡ଼ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଚିକିଣିଘାଟିରେ ୨ଜଣ ଅଚିହ୍ନା ଦୁବୁର୍ତ୍ତ ଆଜି ଦିନ ଦ୍ୱି ପ୍ରହରେ ୨ଜଣ ଫାର୍ମାସିଉଟିକାଲ କମ୍ପାନୀର ପ୍ରତିନିଧିଙ୍କୁ ଭୁଜାଲୀ ଓ ବନ୍ଧୁକ ମୁନରେ ଭୟଭୀତ କରି ନଗଦ ୯୬ ହଜାର ଟଙ୍କା ସହିତ ୨ଟି ସ୍ମାର୍ଡ ଫୋନ , ହାତ ଘଣ୍ଟା ଏବଂ ବାଇକର ଚାବି ଲୁଟିନେଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧ଟା ସମୟରେ ଫାର୍ମାସିଉଟିକାଲ କମ୍ପାନୀରେ ପ୍ରତିନିଧି ଭାବେ କାର୍ଯ୍ୟରତ ସମ୍ବଲପୁର ସହରର ରଞ୍ଜନ କୁମାର ପାଢୀ ଓ ସମ୍ବଲପୁର ଜିଲା ଖର୍ସନମାଳ ଗ୍ରାମର ବିଦ୍ୟାଧର ଖମାରୀ ଛତାବର , ରିଆମାଳ ଏବଂ ରେଙ୍ଗାଳବେଡାର ବିଭିନ୍ନ ଔଷଧ ଦୋକାନରୁ ବକେୟା ଅର୍ଥ ଅସୁଲି କରି ଏକ ବାଇକ ଯୋଗେ ଦେବଗଡ ଅଭିମୁଖେ ବାହାରିଥିଲେ। ତେବେ ତାଙ୍କୁ ଏକ କଳାରଂଗର ପଲସର୍ ବାଇକରେ ପିଛା କରୁଥିବା ୨ ଜଣ ମୁଖା ପିନ୍ଧା ଯୁବକ ଦେବଗଡ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଚିକିଣିଘାଟିରେ ଅଟକାଇଥିଲେ।

ମାତ୍ର ବିଦ୍ୟାଧର ଓ ରଂଜନ ଭୟରେ ନ ଅଟକି ଆଗକୁ ଅଗ୍ରସର ହୋଇଥିଲେ। ତେବେ ଉକ୍ତ ଘାଟିର ଏକ ବୁଲାଣିରେ ବାଇକର ଗତି କମିଯିବାରୁ ପିଛାକରୁଥିବା ମୁଖାପିନ୍ଧା ଅଚିହ୍ନା ଦୁର୍ବୁତ୍ତମାନେ ସେମାନଙ୍କୁ ଓଭରଟେକ କରିବାସହ ବନ୍ଧୁକ ଦେଖାଇ ଭୟଭୀତ କରିବାରୁ ସେମାନେ ବାଧ୍ୟହୋଇ ସେଠାରେ ଅଟକି ଥିଲେ। ଏହି ସମୟରେ ଦୁର୍ବୃତ୍ତ ଦ୍ୱୟ ଉଭୟଙ୍କୁ ଚାପୁଡା ମାରିବାସହ ଭୁଜାଲୀ ଓ ବନ୍ଧୁକ ମୁନରେ ଭୟଭୀତ କରି ସେମାନେ ଧରିଥିବା ନଗଦ ୯୬ ହଜାର ଟଙ୍କା,ଏକ ବ୍ୟାଗ, ୨ଟି ମୋବାଇଲ ସ୍ମାର୍ଟ ଫୋନ ଓ ମନି ପର୍ସ ଏବଂ ବାଇକର ଚାବି ଲୁଟିନେଇ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ଗଲାବେଳେ ‘ଆମେ ବାଇକର ଚାବି ନିକଟସ୍ଥ ଝାଡେଶ୍ୱର ମନ୍ଦିର ବାରଣ୍ଡାରେ ରଖିଦେଇ ଯିବୁ… ତୁମେ ସେଠାରୁ ନେଇ ଯିବ’ କହି ଦ୍ରୁତ ଗତିରେ ଦେବଗଡ ଆଡକୁ ଚାଲିଯାଇଥିଲେ ବୋଲି ଲୁଟର ଶିକାର ହୋଇଥିବା ରଂଜନ ଓ ବିଦ୍ୟାଧର ପୁଲିସ ଆଗରେ କହିଥିବା ଜଣାପଡିଛି। ଏନେଇ ସେମାନେ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଳାଇଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ଏ ଘଟଣାରେ କାହାରିକୁ ଗିରଫ କରି ପାରିନଥିବା ଜଣାପଡିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories