www.samajalive.in
Sunday, December 14, 2025
14.1 C
Bhubaneswar

ପତଞ୍ଜଳି ଯୋଗ କେନ୍ଦ୍ରରେ ଆର୍ନ୍ତଜାତୀୟ ମହିଳା ଦିବସ

ସମ୍ବଲପୁର: ସମ୍ବଲପୁରର ହୀରାକୁଦ କଲୋନୀ ସ୍ଥିତ ଦୈନିକ ନିଃଶୁଳ୍କ ପତଞ୍ଜଳି ଯୋଗ କେନ୍ଦ୍ର ଠାରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ପ୍ରଭାରୀ ଜେ. ଗିରିଜା ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଜେସିଆଇ ନାଇସ ର ଅଧ୍ୟକ୍ଷା ନୀଳମ ସରାଫ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନାରୀ ମାନଙ୍କୁ କିଭଳି ସ୍ୱାବାଲମ୍ବି ହୋଇ ଆଗକୁ ବଢ଼଼ିବାକୁ ହେବ, ତାହା ଉପରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ। କାର୍ୟ୍ୟକ୍ରମରେ କର୍ମଠ ଯୋଗ ଶିକ୍ଷକ ରତ୍ନୀ ଦେବୀ ଅଗ୍ରୱାଲ, ଯାଜ୍ଞସେନୀ ଚିନ୍ଦ୍ରା, ସୁକାନ୍ତି ମୁଣ୍ଡା, ସୁଶୀଳା ଅଗ୍ରୱାଲଙ୍କୁ ଉତ୍ତରୀୟ, ଭଗବତ ଗୀତା ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ମନ୍ତ୍ର ପାଠ ଓ ପାରମ୍ପରିକ ଝୋଟି ପ୍ରତିଯୋଗିତା ଆୟୋଜିତ ହେଉଥିଲା। ମନ୍ତ୍ରପାଠ ପ୍ରତିଯୋଗିତାରେ ପରୀ ଅଗ୍ରୱାଲ ପ୍ରଥମ, ପଦ୍ମିନୀ ମୁଣ୍ଡା ଦ୍ୱିତୀୟ ଓ ରିୟା ସୋନୀ ତୃତୀୟ ପୁରସ୍କାର ପ୍ରାପ୍ତ କରିଥିଲେ। ସାଂସ୍କୃତିକ କାର୍ୟ୍ୟକ୍ରମରେ ସାକ୍ଷୀ ଚିନ୍ଦ୍ରା, ସୁଭଦ୍ର ପୃଷ୍ଟି, ବର୍ଷା ସୋନୀ, ଦିଶା ଅଗ୍ରୱାଲ, ସୁଭାଶିନୀ ବିଶି ପ୍ରମୁଖ ଦେଶାତ୍ମକ ବୋଧ ଗୀତ ଓ ମାଁ ସମଲେଶ୍ୱରୀ ଙ୍କ ଗୀତ ଏବଂ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ। କାର୍ୟ୍ୟକ୍ରମରେ ଶେଷ ପର୍ୟ୍ୟାୟରେ ଅଧ୍ୟକ୍ଷା ଶ୍ରୀମତୀ ଦେବୀ, ସମସ୍ତ ମହିଳା ମାନଙ୍କୁ ନିଜର ଅର୍ନ୍ତନିର୍ହିତ ଶକ୍ତିକୁ ଚିହ୍ନି ଆଗକୁ ଯିବା ସହିତ ଭୟମୁକ୍ତ, ସ୍ୱାଧିନ ଏବଂ ନିଜର ମନୋବଳକୁ ଦୃଢ଼ କରିବା ପାଇଁ କହିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories