ଲାଞ୍ଜିଗଡ: ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି। ଶକ୍ତିମୟୀ ପାଉଣ୍ଡେସନ ଓ ଲାଞ୍ଜିଗଡ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ବେଦାନ୍ତ ଲିମିଟେଡ଼ ସିଏସଆର ଉପମୁଖ୍ୟ ମୁଖ୍ୟ ଦିଲ୍ଲୀପ ପ୍ରଜାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ବେଦାନ୍ତ ଡେପୁଟି ହେଡ ଆଇଟି ବିଭାଗର ସ୍ପିୟା ପଣ୍ଡା ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥିଭାବେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ଲାଞ୍ଜିଗଡ ସିଏଚସି ଡାକ୍ତର ଏଗଥା ଚିନ୍ଦା, ଆଇସିଡିଏସଏସ୍ ସୁପରଭାଇଜର ଜୋସ୍ନା ମିଶ୍ର, ଶକ୍ତିମୟୀ ଫାଉଣ୍ଡେସନ ସଭାନେତ୍ରୀ ଜୋସଦା ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ଚନ୍ଦ୍ରଚୁଡ ମହାଖୁଡ ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ କରିଥିଲେ। ଏହି ମହିଳା ସମାବେଶରେ ଅତିଥିମାନେ ନିଜର ମତ ବ୍ୟକ୍ତ ରଖିବାକୁ ଯାଇ ମହିଳାଙ୍କ ଅର୍ଥନୀତି, ଗୋଷ୍ଠୀ ତଥା ଜୀବନ ଶୈଳୀ ଉପରେ ନିଜ ନିଜ ମନ୍ତବ୍ୟ ଦେଇଥିଲେ।
Popular Categories



