ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜାତୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ
କୋଣାର୍କ/ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇକୋ-ରିଟ୍ରିଟସେଣ୍ଟର୍, କୋଣାର୍କଠାରେ ଜାତୀୟ ସ୍ତରୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ ହୋଇଯାଇଛି। ଭାରତର ବିଭିନ୍ନ ସ୍ଥାନରୁ ୧୯ଜଣ ନାରୀଶିଳ୍ପୀଙ୍କୁ ନେଇ ଏହି ୪ଦିନିଆ ମହିଳା ଚିତ୍ରଶିଳ୍ପୀ ଶିବିର ଅନୁଷ୍ଠିତ ହେଉଛି ।
ଉଦଘାଟନ ଉତ୍ସବ ଅବସରରେ ଉଦଘାଟକ ରୂପେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବିଭାଗର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏକାଡେମୀର ସଚିବ ପଞ୍ଚାନନ ସାମଲ ପ୍ରାରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଶିଳ୍ପୀମାନଙ୍କୁ ଅବଗତ କରାଇଥିଲେ। ଉପସ୍ଥିତ ଅତିଥି ବୃନ୍ଦ ଅଂଶଗ୍ରହଣକାରୀ ଶିଳ୍ପୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।
ଶିବିର ଅବସରରେ ହାଇଦ୍ରାବାଦରୁ ଗୌରୀ ଭେମୂଲା, ଆସାମରୁ ଉପାସନା ବୋରା, ବିହାରରୁ ବନ୍ଦନା କୁମାରୀ, ଆଗ୍ରାରୁ କୀର୍ତ୍ତି ସକ୍ସେନା, ବାଙ୍ଗାଲୋରରୁ ଅର୍ପିତା ଆର.ଜି, ଜବଲପୁରରୁ ସୁପ୍ରିୟା ଶ୍ରୀବାସ୍ତବ ଅମ୍ବର୍, ଗୋଆରୁ ହର୍ଷଦା କେରକାର୍ସୋନେକ୍ସ, ଉତ୍ତର ପ୍ରଦେଶରୁ ତବ ସୁମ୍ଖାନ, ଲକ୍ଷ୍ନୌରୁ ମଇନା ଜ୍ବାନୁ, ଦିଲ୍ଲୀରୁ ବବିତା ପାତ୍ର, ନିବେଦିତା ପଟ୍ଟନାୟକ, ଲିପ୍ସା ପଟ୍ଟନାୟକ, ଶୁଭ୍ରା ଚାନ୍ଦ ଓ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ଅଭିପ୍ସା ପ୍ରଧାନ, ଭୁବନେଶ୍ୱରରୁ ଅତସୀ ବସୁଜେନା, ଲିପିଶ୍ରୀ ନାୟକ, ସତ୍ୟଭାମା ମାଝୀଓ ବାଲେଶ୍ବରରୁ ଆର୍ଯ୍ୟ ପ୍ରଜ୍ଞାବାସବ ଦତ୍ତା ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ଶିଳ୍ପୀମାନେ ଶିବିର ଅବସରରେ ନିଜ ନିଜ ଶୈଳୀରେ ସମସାମୟିକ ଚିତ୍ରଅଙ୍କନ କରିବେ। ଏହି ଶିବିର ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ।
Comments are closed.