ସିଙ୍ଗାରୀ ଓ ଦେବଗିରୀ ଜଙ୍ଗଲରେ ନିଆଁ

କଲମପୁର: ମାର୍ଚ୍ଚ ମାସ ଆରମ୍ଭ ହେଉଣୁ ଗ୍ରୀଷ୍ମତାପ ୩୬ଡିଗ୍ରୀକୁ ଅତିକ୍ରମ କରି ସାରିଛି। ଏଭଳି ସ୍ଥିତିରେ ଗତ ଏକ ସପ୍ତାହ ହେବ କଲମପୁର ଅଂଚଳର ସିଙ୍ଗାରୀ, ଦେବଗିରୀ ଆଦି ଜଙ୍ଗଲରେ ନିଆଁର ପ୍ରଭାବ ଦେଖିବାକୁ ମିଳିଛି। ଉଭୟ ଜଙ୍ଗଲର ଶିଖର ଅଂଚଳରେ ଥୁଆମୁଳ ରାମପୁର ବ୍ଲକର ବନବାସୀ ମାନେ ବସତି କରିଛନ୍ତି। ଜଙ୍ଗଲ ହେଉଛି ସେମାନଙ୍କ ଜୀବନ ଜିବୀକାର ଉପାଦାନ। ତେଣୁ ଅନେକ ବନବାସୀ ପୋଡୁ ·ଷ ପାଇଁ ନିଆଁ ଲଗାଇ ଦେଉଥିବାର ସୁଚନା ମିଳିଛି।

prayash

ସେହିଭଳି ବର୍ତମାନ ମହୁଲ ସଂଗ୍ରହ ପାଇଁ ମଧ୍ୟ କିଛି ଲୋକ ମହୁଲ ଗଛ ତଳ ସଫା କରିବା ଉଦ୍ଦେଶ୍ୟରେ ପତ୍ର ସବୁ ପୋଡି ଦେଉଥିବାରୁ ବନାଗ୍ନି ବ୍ୟାପିବାର ଅନ୍ୟ ଏକ ପ୍ରମୁଖ କାରଣ ପାଲଟିଛି। ଏହାସହ ଜାଳେଣୀ ସଂଗ୍ରହ ପାଇଁ ଯାଉଥିବା ଲୋକ ମଧ୍ୟ ନିଆଁ ଲଗାଇ ଦେଉଥିବା ଭଳି ଘଟଣାକୁ ଏଡାଇ ଦିଆଯାଇନପାରେ। ନିଆଁର ପ୍ରଭାବରେ ବହୁ ମୂଲ୍ୟବାନ ଔଷଧିୟ ଗଛ ସମେତ ଶାଳ ପିଆଶାଳ ଗଛ ମଧ୍ୟ ନଷ୍ଟ ହେଉଛି। ନଷ୍ଟ ହେଉଛି ଏହି ସବୁ ଗଛର ମଞ୍ଜି ଓ ଚାରା। ଯାହା ଭବିଷ୍ୟତ ଜଙ୍ଗଲ ସୃଷ୍ଟି ପାଇଁ ବାଧକ ହେବ। ଗୋଟିଏ ପଟେ ବନାଗ୍ନିର ପ୍ରଭାବ ଅନ୍ୟପଟେ ପାହାଡି ଝରଣା ସବୁ ଏବେ ଶୁଷ୍କ ଅବସ୍ଥାରେ।

ତେଣୁ କୁଟୁରା, ବାରହା ଆଦି ଜଙ୍ଗଲର ବହୁ ଜନ୍ତୁ ପାଣି ଟିକକ ପାଇଁ ଜନ ବସତି ମୂହାଁ ହେଉଛନ୍ତି। ପ୍ରଭାବିତ ହେଉଛନ୍ତି ମୟୁର ଭଳି ଜାତୀୟ ପକ୍ଷୀ। ଅନେକ ସମୟରେ ଶିକାରୀଙ୍କ ହାବୁଡରେ ପଡୁଛନ୍ତି। ବନ ବିଭାଗ ଦ୍ୱାରା ନିଆଁ ଲିଭାଳି ଦଳ ନିୟୋଜିତ ହେଇଥିଲେ ମଧ୍ୟ ହେକ୍ଟର ହେକ୍ଟର ଜଙ୍ଗଲର ନିଆଁକୁ ହାତଗଣତି ମାନବ ସମ୍ବଳରେ ଆୟତ କରିବା ସମ୍ଭବ ହେଉ ନାହିଁ। ଦିନ ତମାମ ଜଙ୍ଗଲ ଅଂଚଳରେ ନିଆଁ ଲାଗି ଧୁଆଁ ମୟ ହେଉଥିବା ବେଳେ ରାତିରେ ନିଆଁର ପ୍ରକୋପ ଆଲୋକମାଳା ଭଳି ସଜ୍ଜିତ ହେଉଛି। ଦିନର ତାତା ସହ ରାତିର ଜଙ୍ଗଲ ନିଆଁର ଧାସରେ ପ୍ରଭାବିତ ହେଉଛନ୍ତି ପାହାଡ ତଳର ଜନବସତି। ତେଣୁ ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇ ନିଆଁ ଦାଉରୁ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସାଧାରଣରେ ଦାବି ହେଉଛି।

kalyan agarbati

Comments are closed.