ହତ୍ୟା ନୁହେଁ, ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଛି
ଭୁବନେଶ୍ବର: ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ହତ୍ୟା ଘଟଣାକୁ ନେଇ ସମ୍ବଲପୁର ଏସପି ବି.ଗଙ୍ଗାଧରଙ୍କ ସୂଚନା ଦେଇ କହିଛନ୍ତି ଯେ ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନୁହେଁ, ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଛି। ଚିନ୍ମୟୀଙ୍କୁ ହତ୍ୟା କରାଯାଇନାହିଁ। ହତ୍ୟା ନୁହେଁ, ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଛି। କେଉଁ ପରିସ୍ଥିତିରେ ପାଣିରେ ବୁଡ଼ିଲେ ତଦନ୍ତ ଚାଲିଛି। ପାଣିରେ ବୁଡ଼ିବା ଦୁର୍ଘଟଣା ନଆ ଆଉକିଛି, ତଦନ୍ତ ଚାଲିଛି। ଯଦି ଆତ୍ମହତ୍ୟା, ତେବେ ସେଥିରେ କାହାର ଭୂମିକା ରହିଛି, ତଦନ୍ତ ଚାଲିଛି। ତଦନ୍ତ ଶେଷ ହୋଇନାହିଁ, ଜାରି ରହିଛି। ଭିସେରା ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡ଼ିବ। ଥାନାରେ ଅଟକ ଦୁଇ ବନ୍ଧୁଙ୍କୁ ନୋଟିସ ଦେଇ ଛାଡ଼ି ଦିଆଯିବ। ଆବଶ୍ୟକ ପଡ଼ିଲେ ଉଭୟ ବନ୍ଧୁଙ୍କୁ ପୁଣି ଥାନାକୁ ଡକାଯିବ।
ତଦନ୍ତ ପ୍ରକ୍ରିୟାକୁ ନେଇ ଚିନ୍ମୟୀଙ୍କ ମା’ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚିନ୍ମୟୀ ମୃତ୍ୟୁ ଘଟଣାରେ ପୁଲିସ ଠିକ ଭାବେ ତଦନ୍ତ କରିନି। ଝିଅକୁ ହତ୍ୟା କରାଯାଇଛି। ଆମେ ହାଇକୋର୍ଟ ଦ୍ବାରସ୍ଥ ହେବୁ ବୋଲି ସେ ପ୍ରକାଶ କରିଛନ୍ତି।
Comments are closed.