ଜିଲାସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

କେନ୍ଦୁଝରଗଡ: କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଅଡିଟୋରିୟମ ସଭା ଗୃହରେ ଅନୁଷ୍ଠାନର ସଭାପତି କାନନ ବିହାରୀ ପହିଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ ସମ୍ପର୍କିିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାରୁ ସମବାୟ ଦୁର୍ନୀତିକୁ ମୂଳୋତ୍ପାଟନ କରି ସରକାରଙ୍କ କାର୍ଯ୍ୟକ୍ରମକୁ କିଭଳି ତୃଣମୂଳସ୍ତରରେ ଲୋକଙ୍କଜ ନିକଟରେ ପହଞ୍ଚାଇ ସମବାୟ ବ୍ୟାଙ୍କି ସେବା ଓ ଋଣର ସୁଫଳ ନେବାକୁ ଆହ୍ୱାନ ଦେଇଥିଲେ।

prayash

ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସରକାରଙ୍କ ସମବାୟ ବ୍ୟାଙ୍କିଂ ସୁବିଧା ଓ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା କିଭଳି ଲୋକେ ଏହାର ଫାଇଦା ନେଇ ପାରିବେ ସେ ଦିଗରେ ସମବାୟ ଅଧିକାରୀ ଓ କର୍ମଚାରୀ ବିଶେଷ ଧ୍ୟାନ ଦେବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଆଶିଷ ଚକ୍ରବର୍ତ୍ତୀ, ପୂର୍ବତନ ଲୋକସଭା ସଦସ୍ୟ ମାଧବ ସର୍ଦ୍ଦାର, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ସ୍ମୃତିରେଖା ଚକ୍ର, ସିଜିଏମ ଓଏସସିବି ସୁବାଷ ଚନ୍ଦ୍ର ମିଶ୍ର, ସମବାୟ ସମୂହ ନିବନ୍ଧକ ଶୁଭ୍ରକାନ୍ତି ତୁଙ୍ଗ, ଡିଡିଏମ ନାବାର୍ଡ ଦିପ୍ତୀକାନ୍ତ ମଲ୍ଲୀକ, ସହକାରୀ ସମବାୟ ନିବନ୍ଧକ ଅଜୟ କୁମାର ସେଠୀ ଓ ଅଜିତ ବଗର୍ତ୍ତି, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ମିଶ୍ର, ସହକାରୀ କୃଷି ଅଧିକାରୀ ସତ୍ୟବାନ ସୋରେନ, ଜିଲା ପ୍ରାଣୀ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିନୟଭୂଷଣ ମିଶ୍ର, ଜିଲା ମତ୍ସ୍ୟ ପାଳନ ନିର୍ଦ୍ଦେଶକ ଦେବବ୍ରତ ସାମଲ ପ୍ରମୁଖ ଯୋଗଦେଇ ନିଜସ୍ୱ ବକ୍ତବ୍ୟ ରଖିଥିଲେ।

ବ୍ୟାଙ୍କ ସମ୍ପାଦକ ରବୀନ୍ଦ୍ରନାଥ କାଲୁଣ୍ଡିଆ ବିବରଣୀ ପାଠ ଅବସରରେ ହିତାଧିକାରୀଙ୍କୁ କିଭଳି ସହଜରେ ଋଣ ସହାୟତା ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କରେ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କେନ୍ଦୁଝର ଜିଲାରୁ ଓଡିଶାର ଶୀର୍ଷ ସମବାୟ ସମିତିରେ ନିର୍ବାଚିତ ହୋଇଥିବା ନିର୍ଦ୍ଦେଶକ ଅଟଳ ବିହାରୀ ଶତପଥୀ, ସବ୍ୟସାଚୀ ସିଂହ, ଭାଗିରଥୀ ଦାଶ, ପ୍ରମୋଦ ପଟ୍ଟନାୟକ, ମଇନା ସୋରେନ, ରଶ୍ମିତା ମୁଣ୍ଡା, ମନୋରଞ୍ଜନ ନାଏକ ଓ ଲକ୍ଷ୍ମଣ ପୂର୍ତ୍ତିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଛି। ୧୬ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ୮୦ଲକ୍ଷ ଟଙ୍କାର ବିନା ସୁଧରେ ଋଣ ପ୍ରଦାନ କରାଯାଇଥିବାବେଳେ ୧୮୬ଜଣ ଚାଷୀଙ୍କୁ ବିନା ସୁଧରେ ୧ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ ଆଦେଶ ପତ୍ର ବଣ୍ଟନ କରାଯାଇଥିଲା। ପାଟଣାର କୁକୁଡା ଚାଷୀଙ୍କୁ ୯ଲକ୍ଷ ୯୦ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି।

kalyan agarbati

Comments are closed.