ବଡ଼ମ୍ବା ବନାଞ୍ଚଳରେ କଲରାପତିଆ ବାଘ, ସତର୍କ କଲା ବନବିଭାଗ
ବଡ଼ମ୍ବା: ବଡ଼ମ୍ବା ବନାଞ୍ଚଳରେ ଏକ କଲରାପତିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକ ଦେଖିଛନ୍ତି। ବାଘଟି ବନାଞ୍ଚଳ ଅନ୍ତର୍ଗତ ତଥା ସହର ସନ୍ନିକଟ ଜଗା ବେହେରା ଥଳି ସଂରକ୍ଷିତ ଜଙ୍ଗଲରେ ଚଳପ୍ରଚଳ କରୁଥିବା ବନବିଭାଗ ଜାଣିବାକୁ ପାଇଛି। ସେହିଭଳି ସ୍ଥାନୀୟ ଖମାର ସାହି ଲୋକେ ଉକ୍ତ ବାଘକୁ ଦେଖିଥିବା ବନବିଭାଗକୁ ଜଣାଇଛନ୍ତି।
ତେବେ ନିର୍ଦିଷ୍ଟ ଭାବେ ବନ ବିଭାଗ ଏହାକୁ ଠାବ କରିପାରିନଥିବା ପ୍ରକାଶ କରିଛି। ଏନେଇ ବିଭାଗ ତରଫରୁ ଜଙ୍ଗଲରେ ତଲାସି ଜାରି ରଖିଥିବାବେଳେ ସ୍ଥାନୀୟ ଲୋକେ ସତର୍କ ରହିବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ସହର ସନ୍ନିକଟ ଡାହାଣଖଳି, ଜଗା ତୋଟା, ବାଲିଆ ତୋଟା ତଥା ଖମାରସାହି ଅଞ୍ଚଳରେ ବାଘଟି ଚଳପ୍ରଚଳ କରୁଥିବା ଆଶଂକା କରାଯାଇଛି।
ସ୍ଥାନୀୟ ଜନସାଧାରଣ ଏନେଇ ସତର୍କତା ଅବଲମ୍ବନ କରିବାକୁ ବିଭାଗ ତରଫରୁ ଅନୁରୋଧ କରାଯାଇଛି। ବାଘଟି ହିନ୍ଦୋଳ କିମ୍ବା କପିଳାସ ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି।
Comments are closed.