ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୩: ସମ୍ମାନୀତ ହେଲେ ବାଣିଜ୍ୟ କ୍ଷେତ୍ରରେ ଅବଦାନ ଦେଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷ
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ‘ଦି ପିପୁଲ୍ସ ଅଫିସର’ ପୁରସ୍କାର
ଭୁବନେଶ୍ୱର: ‘ଇଣ୍ଟରଭ୍ୟୁ ଟାଇମ୍ସ’ ପକ୍ଷରୁ ରାଜ୍ୟର ପ୍ରତିଷ୍ଠିତ ଉଦ୍ୟୋଗୀଙ୍କର ଉଦ୍ୟମକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ‘ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୩’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଉଦଘାଟନ କରିଥିବା ବେଳେ ଏହି ଅବସରରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ପ୍ରସନ୍ନ କୁମାର ପାଟ୍ଟଶାଣୀ ଓ ସ୍ୱତନ୍ତ୍ର ଅତିଥି ଭାବେ ଚେୟାରମ୍ୟାନ୍ – ଏମଜିଏମ ମିନେରାଲ ପଙ୍କଜ ଲୋଚନ ମହାନ୍ତି, ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଅର୍ଥ ବିଭାଗ ସଚିବ ବିଶାଳ କୁମାର ଦେବ, ସଞ୍ଜୟ କୁମାର ମିଶ୍ର (ଚେୟାରମ୍ୟାନ, ଓପିଟିସିଏଲ୍), ଶୁଭାଶିଷ ଦାସ (ନିର୍ଦେଶକ, ଆରଡେଣ୍ଟ ଷ୍ଟିଲ୍), କଳିଙ୍ଗ କେଶରୀ ରଥ (ଏମ୍ଡ଼ି, ଇଭୋସ୍ ବିଲ୍ଡକନ୍) ପ୍ରମୁଖ ଯୋଗଦେଇଥିଲେ।
‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ ପକ୍ଷରୁ ରାଜ୍ୟରେ ବାଣିଜ୍ୟ କ୍ଷେତ୍ରକୁ ରୁଦ୍ଧିମନ୍ତ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ଉଦ୍ୟମକୁ ଅତିଥିମାନେ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ସମୁହ ସମ୍ପାଦକ ଦିବ୍ୟଜିତ ସାହୁ ସ୍ୱାଗତ ଭାଷଣ ରଖିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାରମ୍ଭିକ ଅଧିବେଶନ ପରେ ଓଡ଼ିଶାର ପ୍ରଗତି ଓ ଅଭିବୃଦ୍ଧିକୁ ନେଇ ଦିବ୍ୟଜିତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ବକ୍ତା ଭାବେ କଟକ – ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ, ସିଦ୍ଧିକ ଆଲାମ (ନିର୍ଦ୍ଦେଶକ, ଶିଳ୍ପ ବିଭାଗ), କିଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ପରିଚାଳନା ନିର୍ଦ୍ଦେଶକ – ଟାଟା ଷ୍ଟିଲ ପଙ୍କଜ ସତିଜା, ଓଁକାର ରାୟ, ଏକଜିକ୍ୟୁଟିଭ୍ ଚେୟାରମ୍ୟାନ ଷ୍ଟେଟ ଅଫ୍ ଓଡିଶା, ଆରଇଡି ଏନଟିପିସି ଅସିମ କୁମାର ଗୋସ୍ୱାମୀ, ପ୍ରସନ୍ନ ହୋତା (ପ୍ରେସିଡେ, ଗ୍ରୁପ ହେଡ ସିଏସଆର ଜେଏସପିଏଲ ପ୍ରମୁଖ ଯୋଗଦେଇଥିଲେ।
ଆଲୋଚନାଚକ୍ର ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ‘ଦି ପିପୁଲ୍ସ ଅଫିସର’, ତାରା ପଟ୍ଟନାୟକ, ସଞ୍ଜୟ ହଂସ, ତାରିଣୀ ପ୍ରସାଦ ମହାନ୍ତିଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ୨୦୨୩ ଏବଂ ବାଣିଜ୍ୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୩୦ ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ‘ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୩’ରେ ସମ୍ମାନିତ କରାଯାଇଥିଲା। ଏତଦ୍ ବ୍ୟତୀତ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ସ୍ୱତନ୍ତ୍ର ସଂସ୍କରଣ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ସଦସ୍ୟ ଅରୁଣ କୁମାର ମାହାନା, ପ୍ରମୋଦ କୁମାର ଲେଙ୍କା ଓ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସହ-ସଂପାଦକ ଶୁଭଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.