ଡାକ୍ତରଖାନା ଯିବା ବାଟରେ ଗୁରୁତର ଯୁବକଙ୍କ ମୃତ୍ୟୁ
ଫୁଲବାଣୀ : ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ପଣସ ପଦା ସାହିର ଘର ଭିତରୁ ଜଣେ ଯୁବକ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଯୁବକଙ୍କର ମୃତ୍ୟୁ ହୋଇଛି । ଯୁବକଙ୍କୁ ଚିକିତ୍ସା ପାଇଁ ଫିରିଙ୍ଗିଆ ମେଡିକାଲ୍ ନେଉଥିବା ବେଳେ ମେଡିକାଲ୍ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ।
ଯୁବକ ଜଣଙ୍କ ଘରେ ଗୁରୁତର ଅବସ୍ଥାରେ ପଡିଥିଲେ । କିଛି ସ୍ଥାନୀୟ ଲୋକ ଏବଂ ପରିବାରର ସଦସ୍ୟ ଯୁବକ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ଖବର ପାଇଁ ଘଟଣାସ୍ଥଳ ପହଞ୍ଚି ଶବକୁ ଜବତ କରି ଏହାର ତଦନ୍ତ କରୁଛି । ତେବେ ମୃତ୍ୟୁର ପ୍ରକୃତ ଜଣା ପଡି ନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଛି ।
Comments are closed.