www.samajalive.in
Monday, December 15, 2025
15.1 C
Bhubaneswar

ଦଲାଲକୁ ଧାନ ବିକି ଏବେ ହରଡଘଣାରେ ପଦ୍ମପୁର ୧୮ଜଣ ଚାଷୀ, ମିଳୁନି ପ୍ରାପ୍ୟ

ପଦ୍ମପୁର: ଚାଷୀଙ୍କ ଠାରୁ ଦଲାଲ ଧାନ କିଣି ଅତି ଶିଘ୍ର ଟଙ୍କାଦେବି ତାହା ପୁଣି ସରକାରଙ୍କ ଧାର୍ୟ୍ୟ ଥିବା ରେଟରେ। ୧୮ଜଣ ଚାଷୀଙ୍କ ଠାରୁ ପଖାପାଖି ୨ ହଜାର କ୍ବୁଇଣ୍ଟାଲରୁ ଉର୍ଦ୍ଧ୍ବଧାନ କିଣି ଏବେ ଛୁ ମାରିଛି ଦଲାଲ। ଏପଟେ ବର୍ଷସାରା ମୁଣ୍ଡ ଝାଳ ତୁଣ୍ଡେ ମାରି ଅମଳ ହୋଇଥିବା ଧାନକୁ ଆନ୍ଧ୍ର ବେପାରିକି ଦେଇ ଏବେ ଚିନ୍ତାରେ ୧୮ଜଣ ଚାଷୀ। ଏପରି ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରେ। ଏପଟେ ଲ୍ୟାମ୍ପସ କହିଛି ଧାନ ଟୋକନ ଅନୁସାରେ କିଣାଯାଉଛି। ଏହି ଚାଷୀମାନେ ମଧ୍ୟ ଧାନମଣ୍ଡିକୁ ଧାନ ଆଣିଲେ ନିଶ୍ଚିତ ଭାବରେ ସରକାରଙ୍କ ରେଟ ଅନୁଯାଇ କିଣାଯିବ ବୋଲି ଲ୍ୟାମ୍ପ ପକ୍ଷରୁ କୁହାଯାଇଛି।

ଧାନର ଉଚିତ ବିକ୍ରିବଟା ପାଇଁ ସରକାର ଖୋଲିଛନ୍ତି ମଣ୍ଡି। ମଣ୍ତିକୁ ଧାନ ନ ଆଣି ସିଧାସଳଖ ବେପାରୀକୁ ନିଜ ଟୋକେନ ଦେଇ ଏକ ମାସ ହେଲା ଧାନ ବିକ୍ରି କରିଛି ୫୦ରୁ ଉର୍ଦ୍ଧ୍ୱ ଚାଷୀ। ସେମାନଙ୍କ ୧୮ଜଣଙ୍କ ଟୋକେନ ତାରିଖ ସରି ଆସୁଥିବା ବେଳେ ବେପାରୀର ଆଉ ଦେଖା ନାହିଁ। ଧାନ ବିକ୍ରି କରିବା ପରେ ଆଉ ଟଙ୍କା ମିଳୁନି। ଯାହା ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ପରିବାରକୁ କିପରି ଭାବରେ ଭୋରଣ ପୋଷଣ କରିବେ ଏନେଇ ଚିନ୍ତାରେ ପଡିଥିବା ଦେଖିବାକୁ ମିଳିଛି। ରଘୁନାଥ ସାହୁ ୩ ଶହ ୧୭ କୁଇଣ୍ଟାଲ ବିକ୍ରି କରିଥିବା ବେଳେ ସୁରେଶ ସାହୁ ୪ଶହ କୁଇଣ୍ଟାଲ ବିକ୍ରି କରିଛନ୍ତି ଦଲାଲକୁ। କେବଳ ଏହି ଦୁଇ ଚାଷୀ ନୁହଁ ଏପରି ମୋଟ ୧୮ଜଣଙ୍କ ଠାରୁ ଏପରି ୨ହଜାରରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ କିଣି ଏବେ ଆନ୍ଧ୍ର ଦଲାଲ ମାରିଛି ଛୁ।ଯାହାକୁ ନେଇ ଏବେ ଏହି ୧୮ଜଣ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories