ଚୌଦ୍ୱାର: ଭାରତୀୟ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ଅନୁଯାୟୀ ସ୍ଥାନୀୟ ଓଟିଏମ୍ ମିଲ ଗେଟ ନିକଟରେ ଥିବା ବହୁ ପୁରାତନ ଆଲ୍ଲାହାବାଦ ବ୍ୟାଙ୍କଟି ଇଣ୍ଡିଆନ୍ ବ୍ୟାଙ୍କରେ ମିଶ୍ରଣ ହୋଇଥିବାରୁ ଏହାକୁ କଳିଙ୍ଗଛକସ୍ଥିତ ଇଣ୍ଡାଆନ୍ ବ୍ୟାଙ୍କରେ ସାମିଲ କରାଯିବା ସମ୍ପର୍କରେ ବ୍ୟାଙ୍କ ତରଫରୁ ନୋଟିସ ଜାରୀ କରାଯାଇଛି। ଏହାର ପ୍ରତିବାଦରେ ସ୍ଥାନୀୟି ଗ୍ରାହକ ମାନେ ଆଲ୍ଲାହାବାଦ ବ୍ୟାଙ୍କ ସମସ୍ମୁଖରେ ଧାରଣା ଆନ୍ଦୋଳନ ଆରମ୍ଭ କରିଛନ୍ତି। ଧାରଣାକାରୀଙ୍କ କହିବା ଅନୁଯାୟୀ ଓଟିଏମ୍ ଚାଲୁଥିବା ସମୟରୁ ଏହାର ଶ୍ରମିକ ଓ କର୍ମଚାରୀ ମାନେ ଏହି ବ୍ୟାଙ୍କରେ ନିଜ ନିଜର ଆକାଉଣ୍ଟ ଖୋଲିଛନ୍ତି। ଏଥି ସହିତ ୫ଟି ୱାର୍ଡ଼କୁ ନେଇ ଗଠିତ ଚୌଦ୍ୱାର ଗ୍ରାମର ଅତି ନିକଟରେ ବ୍ୟାଙ୍କଟି ଥିବାରୁ ଗ୍ରାମର ହଜାର ହଜାର ସଂଖ୍ୟାରେ ଗ୍ରାହକ ଏହି ବ୍ୟାଙ୍କରେ ଆକାଉଣ୍ଟ କାରବାର କରିଥାନ୍ତି। ବ୍ୟାଙ୍କ ସ୍ଥାନାନ୍ତର ହେଲେ ଏହି ଗ୍ରାହକ ମାନେ ନାନା ଅସୁବିଧାରେ ପଡ଼ିବେ ବୋଲି ପ୍ରକାଶ କରି ବ୍ୟାଙ୍କଟିକୁ ସ୍ଥାନାନ୍ତର ନକରିବା ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଥିବା ଶ୍ରମିକ ନେତା ଦୀପକ କୁମାର ବାରିକ ଦାବି କରିଛନ୍ତି। ଏସମ୍ପର୍କରେ ବ୍ୟାଙ୍କ ମ୍ୟନେଜରଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ପାଖରୁ କୌଣସି ସ୍ପଷ୍ଟିକରଣ ମିଳିପାରିନାହିଁ।
Popular Categories



