ପଞ୍ଚାୟତିରାଜ ଦିବସରେ ଘୋଷଣା ହେଲା ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ଓଡ଼ିଶା ମାଟିର କିମ୍ବଦନ୍ତୀ ବିକାଶ ପୁରୁଷ, ଆଧୁନିକ ଓଡ଼ିଶା ନିର୍ମାଣର ପୁରୋଧା ବିନ୍ଧାଣୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମବାର୍ଷିକୀ ଅବସରରେ ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ରାଜ୍ୟ ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର ସ୍ଥାପନା ଘୋଷଣା କରିଛନ୍ତି। ଶିକ୍ଷାବର୍ଷ ୨୦୨୩ – ୨୪ ଠାରୁ ରାଜ୍ୟର ସମସ୍ତ ଚିକିତ୍ସା ଓ ଆନୁସଙ୍ଗିକ ବିଜ୍ଞାନ ମହାବିଦ୍ୟାଳୟ / ଅନୁଷ୍ଠାନଗୁଡ଼ିକ ଏଣିକି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହିତ ସହବଦ୍ଧ ହୋଇରହିବେ।

prayash

ଶିକ୍ଷାବର୍ଷ ୨୦୨୩ – ୨୪ ରୁ ଆଧୁନିକ ଚିକିତ୍ସା, ଦନ୍ତ ରୋଗ ଚିକିତ୍ସା ବିଜ୍ଞାନ, ଆର୍ୟୁବେଦ, ହୋମିଓପାଥି, ନର୍ସିଂ, ଫାର୍ମାସୀ, ଫିଜିଓଥେରାପି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଜ୍ଞାନ ପାଠ୍ୟକ୍ରମ ସଂପ୍ରତି ଏହି ବିଶ୍ୱବିଦ୍ୟାଳୟର ବିଷୟ ପରିସରଭୁକ୍ତ ହେବ।
ରାଜ୍ୟରେ ଅନେକ ସଂଖ୍ୟକ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକ ଗଢ଼ି ଉଠୁଥିବା ଦୃଷ୍ଟିରୁ ଚିକିତ୍ସା ଶିକ୍ଷା ବିଜ୍ଞାନ ପ୍ରଣାଳୀକୁ ଅଧିକ ସରଳ, ଦକ୍ଷ ଓ ସୁଂସଗଠିତ କରିବା ଉଦ୍ଦେଶ୍ୟ ନେଇ ଏକ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଗଠନ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ଆଇନ ଓଡ଼ିଶା ବିଧାନ ସଭାରେ ଅକ୍ଟୋବର ୨୦୨୧ ମସିହାରେ ପାରିତ ହୋଇ ତା:୧୪ ଅଗଷ୍ଟ ୨୦୨୨ରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଅଧିସୂଚୀତ ହୋଇଥିଲା।

ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଫଳରେ ଓଡ଼ିଶା ରାଜ୍ୟରେ ଚିକିତ୍ସା ଶିକ୍ଷା, ରୋଗୀଙ୍କ ଯତ୍ନ ଓ ଗବେଷଣା ଅଧିକ ଗୁଣାତ୍ମକ ମୂଲ୍ୟବୋଧ ଭିତ୍ତିକ ହୋଇପାରିବ।

kalyan agarbati

Comments are closed.