ମା’କୁ କଟୁରୀରେ ହାଣି ହତ୍ୟା

ଯାଜପୁର: ନିଜ ମା’କୁ କଟୁରୀରେ ହାଣି ହତ୍ୟା କରିଛି ପୁଅ। ବିଞ୍ଝାରପୁର ବିନ୍ଧାଣି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ବିଞ୍ଝାରପୁର ବିନ୍ଧାଣି ଗାଁରେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି। ମା’ ଓ ପୁଅ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ମା’ପୁଅ କଳହ ଗଣ୍ଡଗୋଳରେ ରୂପାନ୍ତରିତ ହୋଇଥିଲା ଏବଂ ପରବର୍ତ୍ତି ସମୟରେ ପୁଅ ରାଗି ଯାଇ ମା’କୁ କଟୁରୀରେ ହାଣି ହତ୍ୟ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ପୁଅ ଥାନାରେ ଅଟକ ରଖାଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

prayash

ମୃତକ ହେଉଛନ୍ତି ଶୁକଦେବ ଓଝାଙ୍କ ପତ୍ନୀ ପ୍ରେମଲତା ଓଝା(୬୦)। ଅପରପକ୍ଷରେ ଅଭିଯୁକ୍ତ ପୁଅ ଗୋପାଳ ଓଝା (୪୦) ବୋଲି ଜଣାଯାଇଛି। ଅଭିଯୁକ୍ତ ଗୋପାଳ ଅବିବାହିତ ଏବଂ ତାର ବାହାଘର ହୋଇପାରୁନଥିବା ହେତୁ ରାଗରେ ଏଭଳି କାଣ୍ଡ ଭିଆଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଗତକାଲି ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇବା ପରେ ଗୋପାଳ କେଉଁଆଡ଼େ ଫେରାର ହୋଇଯାଇଥିଲା। ହେଲେ ଆଜି ସକାଳେ ପୁଲିସ ତାକୁ ବିଦାପଡ଼ା ଗାଁରୁ ଠାବ କରିଥିଲା। ଅଭିଯୁକ୍ତ ପୁଅ ଗୋପାଳ ଓଝାକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।

kalyan agarbati

Comments are closed.