www.samajalive.in
Monday, December 15, 2025
14.1 C
Bhubaneswar

ବିଜେପି କର୍ମୀଙ୍କୁ ଆକ୍ରମଣର ପ୍ରତିବାଦ, ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦାୟର

ଡେସ୍କ: ବିଜେପି ଯୁବ ମୋର୍ଚ୍ଚାର କାର୍ୟ୍ୟକର୍ତ୍ତାଙ୍କୁ ପୁଲିସର ଅତର୍କିତ ଓ ମରଣାନ୍ତକ ଆକ୍ରମଣକୁକୁ ବିରୋଧ କରି ପୁଲିସ ଡ଼ିଜିଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ଥାନାରେ ବିଜେପି ପକ୍ଷରୁ ଏତଲା ଦାୟର କରାଯାଇଛି। ଏ ନେଇ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଦଳ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇ ଥିବା ବେଳେ ବିଜେପି ମଣ୍ଡଳ ସଭାପତି ବାମନ ବାରିକଙ୍କ ପକ୍ଷରୁ ପୁରୁଣାକଟକ ଥାନାରେ ପୁଲିସ ଡି.ଜି, ଭୂବନେଶ୍ୱର-କଟକ ଡିସିପି ଏବଂ କମିଶନରଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି।

ସେହିପରି ପାଟଣା ଥାନା, କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ତୁରୁମୁଙ୍ଗା ଥାନା, ସତ୍ୟବାଦୀ ବ୍ଲକ ବିଜେପି ତରଫରୁ ସତ୍ୟବାଦୀ ଥାନା, ନବରଙ୍ଗପୁର ସଦର ବିଜେପି ଟାଉନ ଥାନା, ଚୌଦ୍ୱାର ଓ ଇନ୍ଦ୍ରଣୀପାଟଣା ମଣ୍ଡଳ ଯୁବ ମୋର୍ଚ୍ଚା ତରଫରୁ ଚୌଦ୍ୱାର ଥାନା, ସମ୍ବଲପୁର ଭାଜପା ଯୁବମୋର୍ଚ୍ଚା ମହାନଦୀ ମଣ୍ଡଳର ସଭାପତି ଅଭିଷେକ ମିଶ୍ରଙ୍କ ନେତୃତ୍ୱରେ ଟାଉନ ଥାନା ଓ ଭାରତୀୟ ଜନତା ପାର୍ଟି ତିଗିରିଆ ତରଫରୁ ତିଗିରିଆ ଥାନାରେ ଏତଲା ଦାୟର କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories