ଏକାମ୍ର ହାଟଠାରେ ହସ୍ତଶିଳ୍ପ ପ୍ରଦର୍ଶନୀ-୨୦୨୩ ଉଦ୍ଘାଟିତ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ନୂଆଦିଲ୍ଲୀ ଭାରତ ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱରଙ୍କ ଆର୍ଥିକ ସହାୟତାରେ ଏକ ୧୦ ଦିନ ବ୍ୟାପୀ ଜାତୀୟସ୍ତରୀୟ ପ୍ରଦର୍ଶନୀ (ହସ୍ତଶିଳ୍ପ ପ୍ରଦର୍ଶନୀ୨୦୨୩) ମାର୍ଚ୍ଚ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଏକାମ୍ର ହାଟ, ଭୁବନେଶ୍ୱରଠାରେ ଆୟୋଜିତ ହେଉଛି ।
ଏଥିରେ ଓଡ଼ିଶାର ୧୨ଟି ଜିଲା ଓ ବାହାର ୩ଟି ରାଜ୍ୟରୁ ୫୦ ଜଣ ଶିଳ୍ପୀ/ହସ୍ତଶିଳ୍ପ କାରିଗର ଭାଗ ନେଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀମାନ ପ୍ରଦର୍ଶନୀ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରୁଛନ୍ତି।
ଓଡ଼ିଶାରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର, ମୟୂରଭଞ୍ଜ, କଟକ, ବାଲେଶ୍ୱର, ନୟାଗଡ଼, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରୁ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ଯଥା ପଥର ଖୋଦେଇ, କାଠ ଖୋଦେଇ, ସବାଇ ଘାସ, ଗୋଲ୍ଡେନ୍ ଗ୍ରାସ ଶିଳ୍ପ, ଚାନ୍ଦୁଆ, ପଟ୍ଟଚିତ୍ର, ରୂପା ତାରକସୀ, ଆଦିବାସୀ ଜୁଏଲାରୀ, କତାଶିଳ୍ପ, ତାଳପତ୍ର ଖୋଦେଇ, ଶାମୁକା, କାର୍ପେଟ, କଂସା ଓ ପିତ୍ତଳ, ଢୋକ୍ରା, ଶିଂଘ, ଝୋଟ କାମ ଭଳି ଶିଳ୍ପଗୁଡ଼ିକ ପ୍ରଦର୍ଶିତ ହେଉଛି। ଏଭଳି ଏକ ପ୍ରଦର୍ଶନୀର ଆୟୋଜନ ଓ ପରିଚାଳନା ତଥା ସର୍ବୋପରି କ୍ରୟକୁ ଦୃଷ୍ଟିରେ ରଖାଯାଇ ଆନୁମାନିକ ୨୫ ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଛି ଏବଂ ୨୫-୩୦ ହଜାର ଦର୍ଶକଙ୍କ ଆଗମନର ସମ୍ଭାବନା ରହିଛି।
ଆଜି ଶ୍ୟାମଭକ୍ତ ମିଶ୍ର, ନିର୍ଦ୍ଦେଶକ, ହ ସ୍ତଶିଳ୍ପ ନିର୍ଦ୍ଦେଶାଳ ୟ, ଓଡ଼ିଶା ଏହି ହ ସ୍ତଶିଳ୍ପ ପ୍ରଦ ର୍ଶନକୁ ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ କୁମାରୀ ଦେବସ୍ମିତା ସାହୁ, ସଭାପତି, ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ, ଭୁବନେଶ୍ୱର, ସରୋଜ କୁମାର ପଟେଲ, ସ୍ୱତନ୍ତ୍ର ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତଥା ପରିଚାଳନା ନିର୍ଦ୍ଦେଶକ, ଉତ୍କଳିକା, ଶ୍ରୀ ଅଶୋକ କୁମାର ହୋତା, ବର ଷ୍ଠି ସହନିର୍ଦ୍ଦେଶକ, ବିକାଶ ଆୟୁକ୍ତ (ହ ସ୍ତଶିଳ୍ପ ), ଭୁବନେଶ୍ୱର, କଲ୍ୟାଣୀ ପଟ୍ଟନାୟକ, ପରିଚାଳିକା, ଉତ୍କଳିକା ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ।
Comments are closed.