www.samajalive.in
Monday, December 15, 2025
16.1 C
Bhubaneswar

ବିନା ସୂଚନା ଫଳକରେ ପୁରୁଣାକଟକ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କାହା ସ୍ୱାର୍ଥରେ !

ହରଭଙ୍ଗା : ହରଭଙ୍ଗା ବ୍ଲକର ପୁରୁଣାକଟକଠାରେ ନିର୍ମାଣଧିନଥିବା ବସଷ୍ଟାଣ୍ଡ କାର୍ଯ୍ୟ ଶୁକ୍ରବାର ବୌଦ୍ଧ  ଜିଲ୍ଲାପାଳ ସତ୍ୟରଞନ ସାହୁ ପରିଦର୍ଶନ କରିଥିବା ଜଣାପଡିଛି । କୋଟି କୋଟି ଟଙ୍କାରେ ବସଷ୍ଟାଣ୍ଡ ନିର୍ମାଣ ଚାଲିଥିବାବେଳେ ସାଧାରଣଲୋକଙ୍କ ଅବଗତି ପାଇଁ ସୂଚନା ଫଳକ ଖଣ୍ଡିଏ ଲାଗି ନାହିଁ । ଯାହାଫଳରେ ସାଧାରଣ ଲୋକେ କେତେ ଟଙ୍କା ଅନୁଦାନରେ କେଉଁ ବିଭାଗ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ ଚାଲିଛି ସେ ବିଷୟରେ ଜାଣିବା ମୁସ୍କିଲ ହୋଇପଡୁଛି। ସରକାରଙ୍କ ପ୍ରତ୍ୟେକ ଉନ୍ନୟନକାର୍ଯ୍ୟ ପୂର୍ବରୁ ସୂଚନାଫଳକ ଲଗାଇବା ବାଧ୍ୟତାମୂଳକ ହୋଇଥିବାବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ପରିଦର୍ଶନ ପରେ ଏ ଦିଗରେ ଦୃଷ୍ଟିପଡିବା ଜରୁରୀ ହୋଇଛି। ତୁରନ୍ତ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଇବା ପାଇଁ ସାଧାରଣରେ ଦାବି ଉଠୁଛି ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories