www.samajalive.in
Sunday, December 14, 2025
17.1 C
Bhubaneswar

ବିକେନ୍ଦ୍ରିତ ‘ଲେଜର ଟେକ୍ନୋଲୋଜି ବ୍ଲକ୍ ଚେନ’ ବିଶ୍ୱାସର ପ୍ରତୀକ

ଭୁବନେଶ୍ୱର: ଇ-ଗଭର୍ଣ୍ଣାନ୍ସରେ ବ୍ଲକ୍‌ ଚେନ୍‌ ଟେକ୍‌ନୋଲୋଜି ଉପରେ ଏନ୍‌ଆଇସି, ଭୁବନେଶ୍ୱରଠାରେ ଟେକ୍‌ ବୁଟକ୍ୟାମ୍ପକୁ ଉଦ୍‌ଘାଟନ କରି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କହିଥିଲେ ଯେ ବିକେନ୍ଦ୍ରିତ ଲେଜର ଟେକ୍ନୋଲୋଜି ଆଧାରିତ ବ୍ଲକ୍‌ ଚେନ୍‌ ବିଶ୍ୱାସର ପ୍ରତୀକ ଏବଂ କାରବାରକୁ ବୈଧ କରିବା ପାଇଁ ତୃତୀୟ ପକ୍ଷର ଆବଶ୍ୟକତାକୁ ଦୂର କରିଥାଏ। ସେ କହିଛନ୍ତି ଯେ ଜମି ପଞ୍ଜୀକରଣ, ଜମି ପରିବର୍ତ୍ତନ, ଭୁ-ନକ୍ସା ଇତ୍ୟାଦି ସହିତ ଜମି ରେକର୍ଡ ବ୍ୟବସ୍ଥା ବ୍ଲକ୍‌ ଚେନ୍‌ କାର୍ଯ୍ୟକାରୀ କରିବା ପାଇଁ ଏକ ସର୍ବୋତ୍ତମ କ୍ଷେତ୍ର ଅଟେ। ଏହା ବିଶ୍ୱସନୀୟତା, ଅଡିଟ୍‌ ଦକ୍ଷତା, ତଥ୍ୟ ଠାବ କରିବା ଦକ୍ଷତା ଏବଂ ତଥ୍ୟର ଅପରିବର୍ତ୍ତନୀୟତା ବୃଦ୍ଧି କରିବ।

ସମ୍ମାନିତା ଅତିଥି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି ଯେ ବ୍ଲକ୍‌ ଚେନ୍‌ ଟେକ୍ନୋଲୋଜିରେ କ୍ରିପେଫାଗ୍ରାଫି ଏବଂ ନୋଡଗୁଡିକର ପିୟର-ଟୁ-ପିୟର ନେଟୱାର୍କ ବିତରଣର ଅନନ୍ୟ ମିଶ୍ରଣ ତଥ୍ୟର ରକ୍ଷଣାବେକ୍ଷଣ ତଥା ବୈଧତାକୁ ଏକ ବିଶ୍ୱସ୍ତ ଇକୋସିଷ୍ଟମ ମାଧ୍ୟମରେ ସୁନିଶ୍ଚିତ କରିଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜମି ରେକର୍ଡ ବ୍ୟବସ୍ଥାର ଏକୀକରଣ ପାଇଁ ବ୍ଲକ୍‌ ଚେନ୍‌ ଆଇଡି ଭାବରେ ସ୍ୱତନ୍ତ୍ର ଜମି ପାର୍ସଲ

- Advertisement -

ପରିଚୟକୁ ଏକକ ଭାବରେ ଗ୍ରହଣ କରି ରାଜ୍ୟରେ ପାଇଲଟ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇପାରିବ। ସମ୍ମାନିତା ଅତିଥି ଭାବରେ ବୁଟକ୍ୟାମ୍ପରେ ଅଂଶଗ୍ରହଣ କରି ଏସ. ଜୟନ୍ତୀ, ଉପ ମହାନିର୍ଦ୍ଦେଶିକା ତଥା ସେଣ୍ଟର ଅଫ୍‌ ଏକ୍ସଲେନ୍ସ, ବାଙ୍ଗାଲୋରର ମୁଖ୍ୟ, ସାର୍ଟିଫିକେଟ୍‌ ଚେନ୍‌, ଡକ୍ୟìମେଣ୍ଟ୍‌ ଚେନ୍‌, ପ୍ରପର୍ଟି ଚେନ୍‌, ଉପରେ ଆଲୋଚନା କରିଥିଲେ। ସେ ସୂଚନା ଦେଇଛନ୍ତି ଯେ ବାଙ୍ଗାଲୋର, ହାଇଦ୍ରାବାଦ, ଭୁବନେଶ୍ୱର ଏବଂ ପୁଣେରେ ୟୁନିଫାଏଡ୍‌ ବ୍ଲକ୍‌ ଚେନ୍‌ ଫ୍ରେମୱାର୍କ ସେଟଅପ୍‌ ପାଇଁ ପ୍ରକଳ୍ପର ଏକ ଅଂଶ ଭାବରେ ନିର୍ମାଣ କରାଯାଉଛି।

ପ୍ରାରମ୍ଭରେ, ଏନଆଇସି ଓଡ଼ିଶାର ଉପ ମହାନିର୍ଦ୍ଦେଶକ ତଥା ଟ୍ରେନିଂ ଡିଭିଜନର ମୁଖ୍ୟ ସୁଶାନ୍ତ କୁମାର ମହାପାତ୍ର ସମସ୍ତଙ୍କୁ ସ୍ୱାଗତ କରି ସୂଚନା ଦେଇଛନ୍ତି ଯେ ଏନଆଇସି ସମଗ୍ର ଦେଶରେ ଏକ ସମନ୍ୱିତ, ପାରସ୍ପରିକ କାର୍ଯ୍ୟକ୍ଷମ ବ୍ଲକ୍‌ ଚେନ୍‌ ଇକୋସିଷ୍ଟମ୍‌ ଭାବରେ କାର୍ଯ୍ୟ କରିବା ପାଇଁ ସେଣ୍ଟର ଅଫ୍‌ ଏକ୍ସଲେନ୍ସ (ବ୍ଲକ୍‌ ଚେନ୍‌) ପ୍ରତିଷ୍ଠା କରିଛି। ଏହା ସମସ୍ତ ଅଂଶୀଦାରମାନଙ୍କୁ ପାରସ୍ପରିକ ଶିକ୍ଷା, ଅଭିଜ୍ଞତା ଏବଂ ଉତ୍ସରୁ ଉପକୃତ ହେବାକୁ ଏକ ମାଧ୍ୟମ ହେବ।
ଡ. ଅଶୋକ କୁମାର ହୋତା, ଉପ ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ପଦାଧିକାରୀ କୃତଜ୍ଞତା ଜ୍ଞାପନ କରି କହିଲେ ଯେ ବିଭିନ୍ନ ଡୋମେନରେ ବ୍ଲକ୍‌ ଚେନ୍‌ ଟେକ୍ନୋଲୋଜି ଲାଗୁ କରିବା ଦ୍ୱାରା ଓଡ଼ିଶା ସରକାରଙ୍କ ୫-‘ଟି’ ପଦକ୍ଷେପ ଅନୁସାରେ କାଗଜବିହୀନ, ଯୋଗାଯୋଗ ମୁକ୍ତ, ମଧ୍ୟସ୍ଥିବିହୀନ ସରକାର ପାଇଁ ରାସ୍ତା ପ୍ରଶସ୍ତ କରିବ।
ଏହି କର୍ମଶାଳାକୁ ଏନଆଇସି ଓଡିଶାର ବରିଷ୍ଠ ନିର୍ଦ୍ଦେଶିକା (ଆଇଟି) ସୁଜାତା ଦାସ ପରିଚାଳନା କରିଥିଲେ । ବିଭିନ୍ନ ବିଭାଗର ୬୦ ରୁ ଅଧିକ ଅଧିକାରୀ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories