ତମାଖୁ ବ୍ୟବହାର ମାନବ ଜୀବନ ପ୍ରତି ବିପଦ

ତମାଖୁ ମୁକ୍ତ ନେଇ ସଚେତନତା ଶିବିର

କଲମପୁର: ତମାଖୁ ବ୍ୟବହାର ମାନବ ଜୀବନ ପ୍ରତି ବିପଦ। ତମାଖୁ ସେ ପାନ ଘୁଟକା ହେଉ ଅଥବା ବିଡି, ସିଗାରେଟ ଅଥବା ଗଞ୍ଜେଇ ଭଳି ଧୁମ ପାନ ହେଉ ଏସବୁ ନିଶା ଦ୍ରବ୍ୟ ଶରୀରରେ କର୍କଟ ସହ ଅନ୍ୟ ପ୍ରାଣଘାତି ରୋଗର ବାହାକ। ତେଣୁ ଏସବୁ ମାଦକ ଦ୍ରବ୍ୟରୁ ଆମେ ଯେତିକି ଦୂରେଇ ରହିବା ଆମ ସ୍ୱାସ୍ଥ୍ୟ ସମ୍ପଦ ସେତେ ସୁରକ୍ଷିତ ରହିବ। କିଛି ବର୍ଷ ହେବ ଦେଖାଯାଉଛି ଯୁବ ପିଢି ଏହି ସବୁ ନିଶା ଦ୍ରବ୍ୟର ଗୁଲାମ ପାଲଟି ଗଲେଣି। ଏହାଦ୍ୱାରା ଦିନକୁ ଦିନ ପ୍ରାଣଘାତି ରୋଗର ପ୍ରଭାବ ବୃଦ୍ଧି ପାଉଛି। ଘରୋଇ ହିଂସା ବୃଦ୍ଧି ପାଉଛି। ବୃଦ୍ଧି ପାଉଛି ସଡକ ଦୁର୍ଘଟଣାର। ଏହି ମାଦକ ଦ୍ରବ୍ୟ ସବୁର ବ୍ୟବହାର ପାଇଁ କେଉଁ ମା ନିଜ ସନ୍ତାନକୁ ହରାଇଲାଣି ତ କେଉଁ ପତ୍ନୀ ନିଜ ସିନ୍ଦୁର ପୋଛିଲାଣି ପୁଣି କେଉଁ ଶିଶୁ ସନ୍ତାନ ଅନାଥ ହେଲାଣି। ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରି ସାରିଲାଣି।

prayash

ଏପରିକି ଅନେକ ସମୟରେ ସତର୍କ କରାଯାଉଛି ବିଶ୍ୱ ଧ୍ବଂଶର ଅନ୍ୟ ଏକ କାରଣ ହେବ ମାଦକ ଦ୍ରବ୍ୟର ବହୁଳ ବ୍ୟବହାର। ତେଣୁ ଏବେ ଠାରୁ ଆମେ ସଜାଗ ନହେଲେ ଭୟାବହ ସ୍ଥିତି ଉପୁଜିବାକୁ ଆଉ ବିଳମ୍ବ ନାହିଁ ବୋଲି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ବ୍ଲକର ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲ ଏବଂ ମଣ୍ଡଳ ବିଶ୍ୱନାଥ ବିଦ୍ୟାପୀଠ ଠାରେ ଆୟୋଜିତ ତମାଖୁ ମୁକ୍ତ ସଚେତନାତା ଶିବିରରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା ଶିବିରରେ ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଭାକର ଲହଜଲ, ମଣ୍ଡଳ ବିଶ୍ୱନାଥ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତୃପ୍ତି ରଞ୍ଜନ ରାଉତଙ୍କ ସମେତ ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।

ଉଭୟ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେଇଥିଲା। ଏହାସହ ଉଭୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ବସନ୍ତ ନିଆଲ, ଆଦିତ୍ୟ ମାଝୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବବି ଛତ୍ରିଆ, ପ୍ରିନ୍ସି ପ୍ରିୟା ନାଏକ, ଡି.ଇ.ଓ ଅଙ୍କୁଶ ମିଶ୍ର, ଆଶା କର୍ମୀ ସସ୍ମିତା ନାଏକ, ନୁରବତୀ ବିଶି ଏବଂ ରୁକ୍ମଣୀ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ।

kalyan agarbati

Comments are closed.