www.samajalive.in
Monday, December 15, 2025
15.1 C
Bhubaneswar

ପରୀକ୍ଷା ଦେଇ ଫେରୁଥିଲେ ଯୁକ୍ତ ୨ ଛାତ୍ରୀ, କଲେଜ ନିକଟରେ ଗଳା କାଟିଦେଲା ଯୁବକ

ଗୁଣପୁର: ପରୀକ୍ଷା ଦେଇ ବାହାରିବାବେଳେ ଦ୍ରୌପଦୀ କଲେଜ ନିକଟରେ ଜଣେ ଯୁବକ ଯୁକ୍ତ ୨ ଛାତ୍ରୀଙ୍କୁ ଆକ୍ରମଣ କରି ତାଙ୍କ ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଛାତ୍ରୀ ଗୁରୁତର ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଛାତ୍ରୀଙ୍କୁ ଗଳାକାଟି ଆକ୍ରମଣ କରିଥିବା ଯୁବକକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି।

ରାୟଗଡ଼ା ଜିଲା ଗୁମୁଡ଼ାରେ ପରୀକ୍ଷା ଦେଇ ଫେରୁଥିବା ବେଳେ ଜଣେ ଯୁକ୍ତ ଦୁଇ କଳା ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଜଣେ ଯୁବକ ଛୁରୀରେ ତାଙ୍କ ବେକ କାଟି ଦେଇଛନ୍ତି। ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅଭିଯୁକ୍ତ ଯୁବକକୁ ପୁଲିସ୍ ଅଟକ ରଖିଛି।

- Advertisement -

ଛାତ୍ରୀ ଜଣଙ୍କ ଗୁମୁଡ଼ା ସ୍ଥିତ ଦ୍ରୌପଦୀ କଲେଜରେ ପଢୁଥିବାବେଳେ ତାଙ୍କ ଘର ବିଷମକଟକ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଆଜିଠୁ ଯୁକ୍ତ ଦୁଇ କଳା ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସେ ପରୀକ୍ଷା ଦେବାକୁ ଆସିଥିଲେ। ପରୀକ୍ଷା ଦେଇ ଫେରୁଥିବାବେଳେ କଲେଜ ନିକଟରେ ଜଣେ ଯୁବକ ହଠାତ୍ ତାଙ୍କୁ ଛୁରୀରେ ଆକ୍ରମଣ କରି ଯୁବକ ଜଣଙ୍କ ତାଙ୍କ ବେକ କାଟି ଦେଇଥିଲେ।

ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଛାତ୍ରୀ ଜଣଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଅନ୍ୟପକ୍ଷରେ ଛାତ୍ରୀଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ସ୍ଥାନୀୟ ଲୋକ ଧରି ପୁଲିସ ଜିମାରେ ଦେଇଥିଲେ। ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଯୁବକ ଜଣକ କ’ଣ ପାଇଁ ଯୁକ୍ତ ୨ ଛାତ୍ରୀଙ୍କୁ ଆକ୍ରମଣ କଲେ ତାହା ଜଣାପଡ଼ି ନାହିଁ। ଆଇଆଇସି ଦୀନବନ୍ଧୁ ଶବର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories