www.samajalive.in
Sunday, December 14, 2025
19.1 C
Bhubaneswar

ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି ଡିଏନ୍‌ ହୋମସ୍‌ର ବହୁଚର୍ଚ୍ଚିତ ପ୍ରକଳ୍ପ “ଫେରିଟେଲ”

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ଡିଏନ୍‌ ହୋମସ୍‌ ଏହାର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ “ଡିଏନ ଫେରିଟେଲ” ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ଯାଉଛି । ଡିଏନ୍‌ ହୋମସ୍‌ ସବୁବେଳେ ଏହାର ଗ୍ରାହକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇଥାଏ ଏବଂ ସେମାନଙ୍କର ବିଶ୍ୱାସ ଓ ଭରସାକୁ ପୁଞ୍ଜିକରି ଆଗକୁ ବଢ଼ିଥାଏ ବୋଲି ଏହାର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ପାଢ଼ୀ ଭୁବନେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମେଳନୀରେ ପ୍ରକାଶ କରିଛନ୍ତି ।
ଉଭୟ ଶିଶୁ ଓ ବୟସ୍କମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରାଯାଇଛି । ଏହାର ଗ୍ରାହକମାନଙ୍କ ପାଇଁ ଜଗିଂ ଟ୍ରାକ୍‌, ଶୀତତାପ ନିୟନ୍ତ୍ରିତ ଜିମ୍‌, ସୁଇମିଂପୁଲ୍‌, କିଡ୍‌ସ ପୁଲ, ଫିସ ପଣ୍ଡ, ସପିଂ ସେଂଟର, ଟେନିସ କୋର୍ଟ, କ୍ରିକେଟ ନେଟ ପ୍ରାକ୍ଟିସ, ଆମ୍ପି ଥିଏଟର, ରେଷ୍ଟୁରାଂଟ, କାଫେଟେରିଆ, ତିନି ଥାକିଆ ସିକ୍ୟୋରୀଟି ବ୍ୟବସ୍ଥା ସହ ଅନ୍ୟାନ୍ୟ ବହୁ ସୁବିଧା ସୁଯୋଗ ଏହି ପ୍ରକଳ୍ପରେ ରହିଛି । ସେହିପରି ପିଲାମାନଙ୍କ ପାଇଁ ନିର୍ଦ୍ଧାରିତ ଖେଳିବା ସ୍ଥାନ, କ୍ରେଚ ଏବଂ ପ୍ରି-ସ୍କୁଲର ସୁବିଧା ସହିତ ବୟସ୍କ ନାଗରିକଙ୍କ ପାଇଁ ଅବସର ବିନୋଦନ ନିମନ୍ତେ ବ୍ୟବସ୍ଥା କରାଯାଇଛି ।
ନୂଆ ଭୁବନେଶ୍ୱର ତଥା ଇନଫୋଭାଲିରେ ବିଭିନ୍ନ କର୍ପୋରେଟମାନଙ୍କରେ କାର୍ଯ୍ୟ କରୁଥିବା ଓ କରିବାକୁ ଯାଉଥିବା ଲୋକଙ୍କର ବାସଗୃହର ଆବଶ୍ୟକତାକୁ ନଜରରେ ରଖି ଏହି ପ୍ରକଳ୍ପର ଯୋଜନା କରାଯାଇଥିଲା । ଡିଏନ୍‌ ଫେରିଟେଲ ପ୍ରକଳ୍ପର ପ୍ରମୂଖ ବିଶେଷତ୍ୱ ହେଲା ଏହି ପ୍ରକଳ୍ପ ଭୁବନେଶ୍ୱରର ଆଇଟି ହବ୍‌ ଏବଂ ୩୭୦ ଏକର ପରିମତ ଅଂଚଳରେ ନିର୍ମିତ ହେବାକୁ ଥିବା ଇନଫୋଭାଲି ନିକଟରେ ରହିଛି । ଇନଫୋଭାଲିରେ ନିର୍ମାଣ ହୋଇଥିବା ଏବଂ ହେବାକୁ ଥିବା ବଡ଼ ବଡ଼ କର୍ପୋରେଟ ଅଫିସ, କ୍ୟାନ୍ସର ହସ୍ପିଟାଲ, ମଲଟି ସ୍ପେଶାଲିଷ୍ଟ ହସ୍ପିଟାଲ, ସ୍ପୋର୍ଟସ ସେଂଟର ସହିତ ଆଇଟି ହବ୍‌ରେ କାର୍ଯ୍ୟ କରୁଥିବା ଏବଂ କରିବାକୁ ଯାଉଥିବା କର୍ମଚାରୀମାନଙ୍କ ପାଇଁ “ଡିଏନ୍‌ ଫେରିଟେଲ୍‌”ବାସଗୃହ ଯୋଗାଇବାରେ ସହାୟକ ହେବ । ଏବଂ ଇନଫୋଭାଲିର ସଫଳତା ନିମନ୍ତେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଇଶ୍ୱରଙ୍କ ଆଶୀର୍ବାଦରୁ ତଥା ଆମର ପ୍ରିୟ ଗ୍ରାହକମାନଙ୍କ ସହଯୋଗରୁ ୭୦୮ ଫ୍ଲାଟ ବିଶିଷ୍ଟ ଏହି ପ୍ରକଳ୍ପର କାମ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି କମ୍ପାନୀର ଭାଇସ୍‌ ପ୍ରେସିଡେଂଟ ସେଲସ୍‌ ନିଖିଲ ବାଜପେୟୀ କହିଛନ୍ତି ।
ଏହି ପ୍ରକଳ୍ପ ଯୋଗୁଁ ସମଗ୍ର ମଦନପୁର ଓ ଦୁର୍ଗାପୁର ଅଂଚଳର ସାମାଜିକ ଭିତିଭୂମିର ବିକାଶ ମଧ୍ୟ ଘଟିବା ସହ ସ୍ଥାନୀୟ ବାସିନ୍ଦାମାନଙ୍କର ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ଘଟିବ । ମାତ୍ର ତିନି ବର୍ଷ ବ୍ୟବଧାନରେ ଏହି ପ୍ରକଳ୍ପର ଦାମ ଆଶାତୀତ ଭାବେ ବୃଦ୍ଧି ଘଟିଥିବାରୁ ଏଥିରେ ପୁଞ୍ଜି ନିବେଶ କରିଥିବା ଗ୍ରାହକ ଏବଂ ନିବେଶକାରୀମାନେ ବେଶ ଲାଭବାନ ହୋଇଛନ୍ତି । ଡିଏନ୍‌ ହୋମସ୍‌ ସବୁ ସମୟରେ ନିଜ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ଉତମ ମାନର ଘର, ଠିକଣା ସମୟରେ ପ୍ରଦାନ କରି ଆସୁଥିବାରୁ ଗ୍ରାହକମାନଙ୍କର ବିଶ୍ୱାସ ଓ ଭରସାର ପାତ୍ର ହୋଇପାରିଛି ବୋଲି ବାଜପେୟୀ ମନ୍ତବ୍ୟ ରଖିଛନ୍ତି ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories