nua o banner

ପାନ୍‌-ଆଧାର ସଂଯୋଗ ଅବଧି ଜୁନ୍‌ ୩୦କୁ ବୃଦ୍ଧି

BSKY banner  750×100
0

ନୂଆଦିଲ୍ଲୀ : ପାନ୍‌ କାର୍ଡ ସହ ଆଧାର ସଂଯୋଗର ସମୟ ସୀମାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ସୁପ୍ରିମକୋର୍ଟ ଅନ୍ୟ ସମସ୍ତ ଆର୍ଥôକ କାରବାର ସମ୍ପର୍କରେ ଆଧାର ସଂଯୋଗ ସମୟ ସୀମାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବୃଦ୍ଧି କରିଥିଲେ। ମାର୍ଚ୍ଚ ୩୧ ପାନ ସହ ଆଧାର ସଂଯୋଗର ଶେଷ ତାରିଖ ଥିଲା। ତେବେ ବିଭିନ୍ନ ସରକାରୀ ଯୋଜନାରେ ଦିଆଯାଉଥିବା ସବସିଡି (ରିଆତି) ପାଇଁ ଆଧାର ସଂଯୋଗ ସମୟ ସୀମାକୁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ମନା କରିଛନ୍ତି। ସରକାରୀ ଯୋଜନା ପାଇଁ ଆଧାର ସଂଯୋଗର ଶେଷ ସମୟ ମାର୍ଚ୍ଚ ୩୧ ରହିଛି।

Leave A Reply