www.samajalive.in
Monday, December 15, 2025
14.1 C
Bhubaneswar

ପୁଅର ଗୁଳିମାଡରେ ବାପାର ମୃତ୍ୟୁ

ଗୁଣୁପୁର: ରାୟଗଡା ଜିଲ୍ଲା ପୁଟାସିଙ୍ଗ ଥାନା ଅନ୍ତର୍ଗତ ଗୁଡି ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଗୁଳି ମାଡରେ ବାପାର ମୃତ୍ୟୁ ଘଟିଛି। ମୃତକ ହେଲେ କାନ୍ତିନ ଦଳ ବେହେରା।

ମିଳିଥିବା ସୂଚନା ଅନୁଯାୟୀ, ଗତ କାଲି ରାତିରେ ମୃତ କାନ୍ତିନ ଦଳ ବେହେରା ଓ ପୁଅ ମେଜ ଦଳ ବେହେରାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା । ଘରେ ଥିବା ଦେଶୀ ବନ୍ଧୁକକୁ ନେଇ ଉଭୟଙ୍କ ମଧ୍ୟରେ ଟଣା ଓଟରା ହୋଇଥିଲା। ଏହି ସମୟରେ ବନ୍ଧୁକରୁ ଗୁଳି ଫୁଟି କାନ୍ତିନ ଦଳ ବେହେରାଙ୍କ ଦେହରେ ଆଘାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ। ଖବର ପାଇ ଗୁଣୁପୁର ଓ ପୁଟାସିଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ପୁଅକୁ ଅଟକ ରଖି ପଚରା ଉଚରା କରିବା ସହ ଦେଶୀ ବନ୍ଧୁକକୁ ଜବତ କରିଥିବା ଜଣାପଡିଛି । ପୁଲିସ ମୃତଦେହ ଜବତ କରି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ତେବେ ପାରିବାରିକ କଳହରୁ ଏଭଳି ଅଘଟଣ ଘଟିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories