www.samajalive.in
Sunday, December 14, 2025
23.1 C
Bhubaneswar

ନବକୁଞ୍ଜରେ ପୁରୀର ୧୨୭ଟି ମଠ ମହନ୍ତଙ୍କ ସମାଗମ

ଧାମରା: ଧାମରାରେ ଚାଲିଥିବା ନବକୁଞ୍ଜ ମହାଯଜ୍ଞରେ ପୁରୀ ଶ୍ରୀକ୍ଷେତ୍ରରେ ଥିବା୧୨୭ଟି ମଠର ମହନ୍ତମାନେ ଯୋଗଦେଇଛନ୍ତି। ଆଜି ସେମାନେ ଧାମରାରେ ପହଞ୍ଚିବା ପରେ ବସଷ୍ଟାଣ୍ଡ ଠାରୁ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟରେ ସେମାନଙ୍କୁ ଧାମରାଇ ମନ୍ଦିର ନିକଟସ୍ଥ ନବକୁଞ୍ଜ ପୀଠକୁ ପାଛୋଟି ନିଆଯାଇଥିଲା। ଏହାପରେ ସେମାନେ ଏହି ନବକୁଞ୍ଜ ଠାରେ ପୂଜା ପାଠ କରିବା ସହ ନାମଯଜ୍ଞରେ ଭାଗ ନେଇଥିଲେ। ଆଜି ସନ୍ଧ୍ୟାରେ ହରିହାଟ ଏବଂ ଭାଗବତ ପାରାୟଣରେ ମଧ୍ୟ ସେମାନେ ଭାଗ ନେବା ସହ ପ୍ରବଚନ ଦେଇଥିଲେ। ଆଜି ଧାମରା ପୀଠରେ ବହୁ ଭକ୍ତଙ୍କର ସମାଗମ ହୋଇଥିବା ବେଳେ ସନ୍ଧ୍ୟାରେ ମଧ୍ୟ ବହୁ ଜନ ସମାଗମ ଲକ୍ଷ୍ୟ କରାଯାଇଥିଲା।

ଏଠାରେ ଉଲ୍ଲେଖ ଯୋଗ୍ୟ ଦୀର୍ଘ ୭ଦିନ ବ୍ୟାପୀ ଚାଲିଥିବା ନବକୁଞ୍ଜରେ ପ୍ରତ୍ୟେହ ୧୫ହଜାରରୁ ଊର୍ଦ୍ଧ ଭକ୍ତଙ୍କ ସମାଗମ ହେଉଥିବାବେଳେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏହି ନବକୁଞ୍ଜରେ ଧାମରା ୮ପଞ୍ଚାୟତର ସମସ୍ତ ବାସିନ୍ଦାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅହୋରାତ୍ର ଚାଲିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories