www.samajalive.in
Monday, December 15, 2025
16.1 C
Bhubaneswar

ମୃତ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁର ହାତଲେଖା ଚିଠିର ରିପୋର୍ଟ ଆସିଲା 

ଗୁରୁଡିଝାଟିଆ : ଗୁରୁଡିଝାଟିଆର ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଶବକୁ ପୁଲିସ ଜବତ କରିଥିଲା। ତା’ର ସ୍କୁଟି ଡିକିରୁ ଏକ ସୁଇସାଇଡ ନୋଟ ମଧ୍ୟ ପୁଲିସ ଜବତ କରିଥିଲା। ଏହା ରାଜଶ୍ରୀର କି ନୁହେଁ ତାହା ଯାଞ୍ଚ କରିବା ପାଇଁ ପୁଲିସ ଫୋରେନସିକ ପରୀକ୍ଷାଗାରକୁ ପଠାଇଥିଲା । ଯାହାର ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। ତଦନ୍ତରେ ବ୍ୟାଘାତ ଦୃଷ୍ଟିରୁ ଜଉମୁଦ ଲଫାପା ଖୋଲିବା ପାଇଁ ମନା କରୁଥିଲେ ମଧ୍ୟ ସୁଇସାଇଡ ନୋଟରେ ଥିବା ହସ୍ତାକ୍ଷର ମୃତ ରାଜଶ୍ରୀର ବୋଲି ଜଣାଯାଏ। ଏଥିରୁ ଏକପ୍ରକାର ସୁଚନା ମିଳେ ଯେ, ରାଜଶ୍ରୀ ମୃତ୍ୟୁ ପୂର୍ବରୁ ଏକ ଚିଠି ଲେଖି ସ୍କୁଟି ଡିକି ଭିତରେ ରଖିଥିଲେ। ପ୍ରଥମରୁ ପୋଷ୍ଟମର୍ଟମ ରିପୋର୍ଟ ମିଳିଥିବା ବେଳେ ଏବେ ହାତଲେଖା ଚିଠିର ରିପୋର୍ଟ ମଧ୍ୟ ଆସିଯାଇଛି । ହେଲେ ଭିସେରା ରିପୋର୍ଟ ଆସିଲା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ କହିଛନ୍ତି ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories