www.samajalive.in
Monday, December 15, 2025
16.1 C
Bhubaneswar

ବରିଷ୍ଠ ସାମ୍ୱାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ

ପୁରୀ :  ପୁରୀର ବରିଷ୍ଠ ସାମ୍ୱାଦିକ ଗଜେନ୍ଦ୍ର ମହାରଣାଙ୍କର ରବିବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ଘଟିଛି । ଦୈନିକ ସମ୍ବାଦପତ୍ର ପ୍ରମେୟର ପୁରୀ ବ୍ୟୁରୋ ମୁଖ୍ୟ ଭାବେ ସେ କାର୍ଯ୍ୟ କରୁଥିଲେ। ଏହାଛଡା ସମ୍ବାଦର ବରିଷ୍ଠ ସାମ୍ବାଦିକ ଭାବେ ସେ ଦୀର୍ଘ ବର୍ଷ କାର୍ଯ୍ୟ କରିଛନ୍ତି । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ପ୍ରାୟ ୪୦ ବର୍ଷର ଅଭିଜ୍ଞତା ରହିଥିଲା । ତାଙ୍କ ବିୟୋଗରେ ପୁରୀ ସମେତ ଗଞ୍ଜାମ ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଶ୍ରୀ ମହାରଣାଙ୍କ ଘର ଗଞ୍ଜାମ ଜିଲ୍ଲାରେ । ତେବେ ପ୍ରାୟ ୧୫ ବର୍ଷ ଧରି ସେ ପୁରୀରେ ଅବସ୍ଥାନ କରୁଥିଲେ। ତାଙ୍କର ପତ୍ନୀ ଏବଂ ପୁତ୍ର ଅଛନ୍ତି। ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ କରାଯିବ। ଜଣେ ଦକ୍ଷ, ସଚ୍ଚୋଟ ଏବଂ ନିର୍ଭୀକ ସାମ୍ବାଦିକ ଭାବେ ସେ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ପୁରୀ ସାମ୍ବାଦିକ ସଙ୍ଘ ସଭାପତି ଜଗନ୍ନାଥ ବସ୍ତିଆ, ପୁରୀ ପ୍ରେସ କ୍ଲବ ଅଧ୍ୟକ୍ଷ ରାଜ କୁମାର ମହାନ୍ତି, ପୂର୍ବତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଏବଂ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories