www.samajalive.in
Monday, December 15, 2025
14.1 C
Bhubaneswar

ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ଉଦଯାପିତ

ଚୌଦ୍ୱାର : ଚୌଦ୍ୱାର ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଆନୁକୁଲ୍ୟରେ ଆୟୋଜିତ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ କୟଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଡିହସାହିସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ ପ୍ରାର୍ଥନା, ନଗର ସଂକୀର୍ତ୍ତନ, ଶ୍ରୀ ଜୀଉଙ୍କ ଆରତି, ପୂଜାର୍ଚ୍ଚନା, ଦେବଦେବୀ ଅର୍ଚ୍ଚନା, ହୋମ, ଭଜନ, ଶନ୍ତିପାଠ ଆଦି କାର୍ଯ୍ୟକ୍ରମ ଭକ୍ତି ଓ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଶ୍ରୀ ଜଗନ୍ନାଥ ମହିମା ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ ପ୍ରତିଦିନ ସଂଧ୍ୟାରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ସହିତ ଜଗନ୍ନାଥ ସଂସ୍କୃତି ଉପରେ ପ୍ରବଚନ ପ୍ରଦାନ କରିଥିଲେ। ସୁପ୍ରତିଷ୍ଠିତ କୁନି ପ୍ରବଚକ କେଶବ ଦାସଙ୍କ ସ୍କନ୍ଦପୁରାଣ ବର୍ଣ୍ଣିତ ଶ୍ରୀ ଜଗନ୍ନାଥ ମହାତ୍ମ୍ୟ ପ୍ରବଚନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ଆଖପାଖ ଅଞ୍ଚଳର ହଜାରହଜାର ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ପ୍ରତିଦିନ ମହୋତ୍ସବରେ ଯୋଗ ଦେଇ ମହୋତ୍ସବ ସ୍ଥଳରେ ଆୟୋଜିତ ଚତୁର୍ଦ୍ଧା ମୁରତିଙ୍କ ୨୪ ବେଶ ଦର୍ଶନ କରି ଭାବ ବିହ୍ୱଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ତରଫରୁ ଆୟୋଜିତ ଆନନ୍ଦ ବଜାରରେ ୪ହଜାରରୁ ଅଧିକ ଶ୍ରଦ୍ଧାଳୁ ଅଭଡ଼ା ପ୍ରସାଦ ସେବନ କରିଥିଲେ। ଦୀର୍ଘ ୫ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ବାଲୁଙ୍କେଶ୍ୱର ପୀଠ ଲୋକାରଣ୍ୟ ହୋଇ ପଡ଼ିବା ସହିତ ହରିବୋଲ, ହୁଳହୁଳି ପବିତ୍ର ମନ୍ତ୍ରଧ୍ୱନୀରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଶ୍ରୀଜଗନ୍ନାଥ ଭକ୍ତ ସମାଜର ସଦସ୍ୟ ବୃନ୍ଦ ଓ ସ୍ଥାନୀୟ ଗ୍ରାମବାସୀ ଉତ୍ସବ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories