www.samajalive.in
Sunday, December 14, 2025
26.1 C
Bhubaneswar

ବିକାଶ ନାଁରେ ବିନାଶ- ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ମାଣ ନାଁରେ କଟାଯାଉଛି ବହୁ ପୁରଣା ବିଶାଳକାୟ ଗଛ, ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା

ଭୁବନେଶ୍ୱର – ପରିବେଶ ସୁରକ୍ଷା କର । ବଢୁଛି ବିଶ୍ୱତାପାୟନ ଏଥିପାଇଁ ବୃକ୍ଷ ରୋପଣ କର । ସାଧାରଣ ଲୋକଙ୍କୁ କରାଯାଉଛି ସଚେତନ । ରାଜ୍ୟ ସରକାର ପୁରଣା ଏବଂ ବଡ ଗଛକୁ ସମ୍ପୂର୍ଣ୍ଣ ନକାଟି ଏହାକୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଗାଡି ବି କିଣିଛନ୍ତି । ହେଲେ ବିଦ୍ୟାର ମନ୍ଦିର କୁହାଯାଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବା ପାଇଁ ମିଳିଛ । ଅନେକ ପୁରୁଣା ଏବଂ ବିଶାଳକାୟ ଗଛକୁ ମୂଳରୁ ଉପାଡି ଦିଆଯାଇଛି । ଏଥିପାଇଁ ଆବଶ୍ୟକୀୟ ପରିବେଶ ମଞ୍ଜୁରୀ ନ ନେଇ ସମ୍ପୃକ୍ତ କଣ୍ଟାକ୍ଟର ଏପରି କରୁଥିବା ଅଭିଯୋଗ ହୋଇଛି ।  

ସବୁଜିମାରେ ଭର୍ତି ଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ହେଲେ ବାତ୍ୟା ଫନି ବେଳେ ଅନେକ ଗଛ ଉପୁଡିଯାଇଥିଲା । ଏବେ କିଛି ଦିନ ତଳେ ରାସ୍ତା ଚଉଡା ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅନେକ ଗଛ କଟାଯାଇଛି । ବହୁ ପୁରୁଣା ଏବଂ ମୂଲ୍ୟବାନ ଗଛ କଟାଯିବା ପରେ କୁଆଡେ ଗଲା ତାହାର ହିସାବ ନାହିଁ । ଏବେ ପୁଣି ନୂତନ ନିର୍ମାଣ ନାଁରେ ଅନେକ ପୁରୁଣା ଗଛକୁ ଧରାଶାୟୀ କରାଯାଉଛି । ଏକ୍ସକାଭେଟର ଏବଂ ଅନ୍ୟ ଯନ୍ତ୍ରପାତି ଲଗାଇ ଅନେକ ପୁରୁଣା ବିଶାଳକାୟ ଗଛକୁ ମୂଳରୁ ଉପାଡି ଦିଆଯାଉଛି ।

- Advertisement -

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନେକ ସ୍ଥାନ ଅଛି । ଅନେକ ଗଛକୁ ବି ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସ୍ଥାନାନ୍ତର କରାଯାଇ ପାରିବ । ହେଲେ ସରକାରଙ୍କ ସବୁ ନିୟମକୁ ଫୁ କରି ବିଶାଳ ଗଛ ଗୁଡିକୁ ମୂଳରୁ ଉପାଡି ଦିଆଯାଉଛି । ଏପରି ସବୁଜିମା ସୃଷ୍ଟି କରିବାକୁ ଏବଂ ବିଶାଳ ଗଛ ହେବା ପାଇଁ ଅନେକ ବର୍ଷ ଲାଗିଯିବ । ଏ ବିଷୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ହେଲେ ରାଜ୍ୟ ସରକାରଙ୍କ ନିୟମ ଏବଂ ପରିବେଶର ସୁରକ୍ଷା ତଥା ଏବେ ବିଜ୍ଞାନର ଅଗ୍ରଗତି ଏବଂ ଭୁବନେଶ୍ୱରରେ ବଡ ଗଛ ସ୍ଥାନାନ୍ତର କରିବା ପାଇଁ ମେସିନ୍‌ ଉପଲବ୍ଧ ଥିବାରୁ ଗଛ ଗୁଡିକ ମୂଳରୁ ନକାଟି ସ୍ଥାନାନ୍ତର କରିବା ପାଇଁ ଅନେକ ପରିବେଶବିତ୍‌ ଏବଂ ବୁଦ୍ଧିଜୀବୀ ଦାବି କରିଛନ୍ତି ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories