www.samajalive.in
Monday, December 15, 2025
14.1 C
Bhubaneswar

ଚାଷୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର: ବଜେଟ ଅଧିବେଶନର ଚତୁର୍ଥ ଦିବସରେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ପ୍ରଶ୍ନକାଳ ଅଚଳ ହୋଇପଡ଼ିଥିଲା। ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଚାଷୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ।

ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତର ରଖିବାକୁ ବାଚସ୍ପତି ଶିଳ୍ପ ମନ୍ତ୍ରୀଙ୍କୁ ଡାକିବାବେଳେ ବିରୋଧୀ କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ତାଙ୍କର ଦଳୀୟ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ଚାଷୀ ପ୍ରସଙ୍ଗ ଉଠାଇ ହୋ ହଲ୍ଲା କରିଥିଲେ। ଏହାସହିତ ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ।

- Advertisement -

ବିଜେପିର ମୁଖ୍ୟ ସଚେତକ ମୋହନ ମାଝି ଓ ଅନ୍ୟ ସଭ୍ୟମାନେ ମଧ୍ୟ ଏ ପ୍ରସଙ୍ଗ ଉଠାଇ ପ୍ରବଳ ହଟ୍ଟଗୋଳ କରିଥିଲେ। ଗୃହ ଅଶାନ୍ତ ହେବାରୁ ବାଚସ୍ପତି ମାତ୍ର ଦୁଇ ମିନିଟ୍‌ ପରେ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ ଚାଷୀଙ୍କ ସମସ୍ୟା ନେଇ ପ୍ରତି ଥର ଗୃହରେ ଆଲୋଚନା ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ। ଧାନ ବିକ୍ରି କରି ନପାରି ମଣ୍ଡିରେ ଚାଷୀ ହଟହଟା ହେଉଛନ୍ତି।

ସରକାରୀ ଭାବେ ଧାନର ସର୍ବନିମ୍ନ ମୂଲ୍ୟ ୨୦୪୦ଟଙ୍କା ସ୍ଥିର କରାଯାଇଥିଲେ ବି କୌଣସି ଚାଷୀ ପାଉନାହାନ୍ତି। ଟୋକନ ପାଇଁ ସବୁଠି ସମସ୍ୟା ଦେଖାଦେଉଛି। ଏ ବ୍ୟବସ୍ଥା ଉଠାଇଦେଇ ଜିଲା ସଂଗ୍ରହ କମିଟିକୁ ଦାୟିତ୍ୱ ଦିଆଯାଉ। କାରଣ ଟୋକନ ଅବଧି ସରିଗଲେ ଚାଷୀ ବାହାରେ ଧାନ ବିକିବାକୁ ବାଧ୍ୟ ହେଉଛି। ଗତକାଲି ବୌଦ୍ଧ ଜିଲାର ଜଣେ ଚାଷୀ ମୃତ୍ୟୁବରଣ କରିଛନ୍ତି।

ଜାନୁଆରୀ ୨୫ରେ ତାଙ୍କୁ ଟୋକନ ମିଳିଥିଲା। କିନ୍ତୁ ଧାନ ଉଠିଲାନି। ସେ ହୃଦ୍‌ରୋଗୀ ଥିଲେ। ଧାନ ଜଗିବାବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଛି। ଅନେକ ଚାଷୀ ଏପରି ହଟହଟା ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। କେଉଁଠି ଚାଷୀଙ୍କୁ ଅମଳ ପୂର୍ବରୁ ଟୋକନ ମିଳୁଛି ତ ଆଉ କେଉଁଠି ଅମଳ ପରେ ବି ଟୋକନ ମିଳୁନାହିଁ। ଚାଷୀ ଧାନ ବିକି ପାରୁନି କିମ୍ବା ଚାଷ ପାଇଁ ଆଣିଥିବା ଋଣ ପରିଶୋଧ କରିପାରୁନି। ଫଳରେ ଜୀବନ ହାରିବାକୁ ବାଧ୍ୟ ହେଉଛି ଚାଷୀ। ସମସ୍ୟାର ସମାଧାନ ପାଇଁ ନିର୍ଦିଷ୍ଟ ଭାବେ ରୁଲିଂ ଦେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ।

– ପ୍ରସନ୍ନ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories