www.samajalive.in
Monday, December 15, 2025
15.1 C
Bhubaneswar

ଗଛ ପଡି ୧୫୭ ଜାତୀୟ ରାଜପଥ ଅବରୋଧ, ବାଇକ ଆରୋହି ଗୁରୁତର

ଫୁଲବାଣୀ: ଶୁକ୍ରବାର ସଦର ଥାନା ନିକଟରେ ଫୁଲବାଣୀ ବ୍ରହ୍ମପୁର ୧୫୭ ଜାତୀୟ ରାଜପଥ ଉପରେ ଗୋଟିଏ ଆମ୍ବ ଗଛ ଭାଙ୍ଗି ଯାଇ ରାସ୍ତା ଉପରେ ଯାଉଥିବା ବାଇକ ଆରୋହି ଉପରେ ମାଡି ବସିଲା ଫଳରେ ଜଣେ ବାଇକ ଆରୋହି ଗୁରୁତର ଆହତ ହୋଇ ଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ ଏବଂ ଗଛ ପଡ଼ି ଫୁଲବାଣୀ ବ୍ରହ୍ମପୁର ୧୫୭ ଜାତୀୟ ରାଜପଥ ଅବରୋଧ ହୋଇଥିଲା। ତାଙ୍କୁ ସଦର ପୁଲିସ ଉଦ୍ଧାର କରି ଗୋଟିଏ ଆଟୋ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟ ପଠେଇ ଥିବା ବେଳେ ଅଧା ବାଟରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ଅଞ୍ଚଳର ବିମଳ ପଟ୍ଟନାୟକ ଓ ସାମାନ୍ୟ ଆହତ ହୋଇ ଥିବା ବ୍ୟକ୍ତି ହେଲେ ଭୁବନେଶ୍ୱର ମନନ କୁମାର ଦାସ। ସେମାନେ କୌଣସି କାମରେ ଟିକାବାଲି ଯାଇ ଫେରୁଥିଲେ। ଫୁଲବାଣୀ ଅଗ୍ନିଶମ ବିଭାଗର ହାବିଲଦାର ଚନ୍ଦ୍ର ଶେଖରମ ନାୟକ, ପ୍ରଦ୍ୟୁମ୍ନ ଜେନା, ଚିତ୍ତ ଗୌଡ଼, ଦିଲ୍ଲୀପ କୁମାର ସେଠୀ, ଶିବ ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ ହଟେଇ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories