www.samajalive.in
Monday, December 15, 2025
15.1 C
Bhubaneswar

ଉର୍ମିଳା ବେହେରା ଷ୍ଟ୍ରଙ୍ଗ ଓମେନ ଚାମ୍ପିୟନ-ରାଜ୍ୟସ୍ତରୀୟ ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ ସମ୍ବଲପୁର ଦଳକୁ ୨୯ଟି ପଦକ 

ସମ୍ବଲପୁର,୨୪ା୨(ସିଟି) – ବିଗତ ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲାର ଟିଟିଲାଗଡ ଠାରେ ରାଜ୍ୟସ୍ତରୀୟ ପାୱାର ଲିଫ୍ଟିଂ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ପାୱାର ଲିଫ୍ଟିଂ ଏସୋସିଏସନ ଅଫ ଓଡିଶା ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ସମ୍ବଲପୁର ଜିଲା ଦଳ ସମୁଦାୟ ୨୯ଟି ପଦକ ଜିଣି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏଥି ସହ ପ୍ରଥମ ଥର ପାଇଁ ମହିଳା ବର୍ଗରେ ଷ୍ଟ୍ରଙ୍ଗ ଓମେନ ଚାମ୍ପିୟନ୍ସ ଅଫ ଚାମ୍ପିୟନ ପୁରସ୍କାର ସମ୍ବଲପୁରର ଉର୍ମିଳା ବେହେରା ଜିଣିଛନ୍ତି । ସମ୍ବଲପୁର ଦଳ ପକ୍ଷରୁ ମହିଳା ବର୍ଗର ୫୭ କିଗ୍ରା ବର୍ଗରେ ମଞ୍ଜୁ ମୁଣ୍ଡା ୨ଟି ସ୍ୱର୍ଣ୍ଣ, ବନାନୀ ବିଶ୍ୱାସ ୫୭ କିଗ୍ରା ବର୍ଗରେ ୨ଟି ରୌପ୍ୟ, ୬୩ କିଗ୍ରା ବର୍ଗରେ ଉର୍ମିଳା ବେହେରା ୩ଟି ସ୍ୱର୍ଣ୍ଣ, ୬୩ କିଗ୍ରା ବର୍ଗରେ ଜେମିନୀ ବାଗ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ, ୬୮ କିଗ୍ରା ବର୍ଗରେ ସୁନୀତା ନାୟକ ଗୋଟିଏ ସ୍ୱର୍ଣ୍ଣ, ୭୬ କିଗ୍ରା ବର୍ଗରେ ଡଲି ପୂଜାହାରୀ ଗୋଟଏି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଏବଂ ୭୬ କିଗ୍ରା ବର୍ଗରେ ସଂଘମିତ୍ରା ବଳ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ସେହିଭଳି ପୁରୁଷ ବର୍ଗର ଜୟଦେବ ପୂଜାହାରୀ ୫୯ କିଗ୍ରା ବର୍ଗରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ, ୬୬ କିଗ୍ରା ବର୍ଗରେ ରାକେଶ ବାଗ ୨ଟି ସ୍ୱର୍ଣ୍ଣ, ୭୪ କିଗ୍ରା ବର୍ଗରେ ଖଗେଶ୍ୱର ନାଗ ଗୋଟିଏ ରୌପ୍ୟ, ୮୩ କିଗ୍ରା ବର୍ଗରେ ଜୟନ୍ତ ଚାନ୍ଦ ବ୍ରୋଞ୍ଜ, ୧୦୫ କିଗ୍ରା ବର୍ଗରେ ପିନାକି ନେପାକ ରୌପ୍ୟ, ଦିବ୍ୟ କୁମାର ବେହେରା ୧୨୦ କିଗ୍ରା ବର୍ଗରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ, ଆଶିଷ ରଞ୍ଜନ ବାବା ୧୨୦ କିଗ୍ରା ବର୍ଗରେ ଗୋଟିଏ ସ୍ୱର୍ଣ୍ଣ, ୭୪ କିଗ୍ରା ବର୍ଗରେ ପ୍ରଦୀପ କୁମାର ବିଶ୍ୱାଳ ୨ଟି ସ୍ୱର୍ଣ୍ଣ ଓ ପ୍ରିୟରଞ୍ଜନ ନାୟକ ୭୪ କିଗ୍ରା ବର୍ଗରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଆର୍ନ୍ତଜାତୀୟ ପାୱାର ଲିଫ୍ଟିଂ ଖେଳାଳି ଓ ପ୍ରଶିକ୍ଷକ ସୋମନାଥ ପଟ୍ଟନାୟକ ଙ୍କ ନେତୃତ୍ୱରେ ସମ୍ବଲପୁର ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସାରା ରାଜ୍ୟରୁ ୨୨୫ ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଶୁକ୍ରବାର ସମ୍ବଲପୁର ଦଳ ରେଳ ଯୋଗେ ସମ୍ବଲପୁରରେ ପହୁଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଅଭିନନ୍ଦନ ଜଣାଯାଇଥିଲା ।

- Advertisement -

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories