www.samajalive.in
Monday, December 15, 2025
17.1 C
Bhubaneswar

ଜଙ୍ଗଲରେ ନିଆଁ ଲାଗିଲେ ନଷ୍ଟ ହେଉଛି ଔଷଧୀୟ ବୃକ୍ଷ, ସୁରକ୍ଷା ପାଇଁ ସଚେତନତା ଜରୁରୀ

ଝୁମ୍ପୁରା,୨୪ା୨: ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତର ବଡପଶି ଠାରେ ଝୁମ୍ପୁରା ବ୍ଲକ ବୈତରଣୀ ବୈଦ୍ୟ ସଂଘର ଜଙ୍ଗଲରେ ରହିଥିବା ଔଷଧିୟ ବୃକ୍ଷକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ଏକ ସଚେତନା ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ରହିଥିବା ଜଙ୍ଗଲ ଗୁଡିକରେ ଆକସ୍ମିକ ଭାବରେ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଜଙ୍ଗଲରେ ନିଆଁ ଲାଗି ଯାଉଛି ଯାହା ଫଳରେ ଜଙ୍ଗଲରେ ରହିଥିବା ବୃକ୍ଷ ଲତା ଠାରୁ ଆରମ୍ଭ କରି ଜଙ୍ଗଲ ଭିତରେ ରହିଥିବା ଔଷଧିୟ ବୃକ୍ଷ ଗୁଡିକ ନିଆଁରେ ପୋଡି ନଷ୍ଟ ହେବା ସହିତ କିଛି ଔଷଧିୟ ବୃକ୍ଷ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଉଛି।

ପ୍ରକୃତି କୂଳରୁ ମିଳିଥିବା ଔଷଧିୟ ଗଛର ଚେର, ପତ୍ର, ଛେଲିକୁ ବ୍ୟବହାର କରି ଅନେକ ଅସାଧ୍ୟା ରୋକୁ ଭଲ କରିପାରୁଛି କିନ୍ତୁ ଏହି ଔଷଧିୟ ବୃକ୍ଷ ଗୁଡିକ ନିଆଁ ଲାଗି ମରି ଯାଉଥିବାରୁ ଏହି ଔଷଧିୟ ବୃକ୍ଷକୁ ସୁରକ୍ଷା ପ୍ରଦାନ କରି ବ୍ୟାପକ ଜନସଚେତନା ସୃଷ୍ଟି କରିବା ଦିଗରେ ବୈଦ୍ୟ ସଂଘ ସ୍ୱତନ୍ତ ଭାବରେ ଗ୍ରାମ ଗ୍ରାମରେ ସଚେତା ବୈଠକ ପ୍ରସ୍ତୁତ କରି ଲୋକଙ୍କୁ ବ୍ୟାପକ ଜନସଚେନା ସୃଷ୍ଟି କରିବା ସହିତ ଔଷଧିୟ ବୃକ୍ଷକୁ ସୁରକ୍ଷା ଦେବାକୁ ବ୍ୟାପକ ଜନସଚେନା ସୃଷ୍ଟି କରିବା ପାଇଁ ସହମତି ପ୍ରକାଶ ପାଇଥିଲା। ଏହାସହିତ ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ଜଙ୍ଗଲ ଗୁଡିକରେ ଖାଲିଥିବା ସ୍ଥାନ ଗୁଡିକରେ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ଲଗାଇ ତାର ସେବା ଯତ୍ନ ନେବା ନିମନ୍ତେ ଝୁମ୍ପୁରା ବ୍ଲକ ବୈତଣୀ ସଂଘ ତରଫରୁ ସହମତି ମିଳିଥିଲା।

- Advertisement -

ଆୟୂବେଦାଚାର୍ଯ୍ୟ ପ୍ରକୃତି ମିତ୍ର ବୈଦ୍ୟଭୂଷଣ ବୈକୁଣ୍ଠନାଥ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ସଚେତନା ବୈଠକରେ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାନ୍ତି ବୈଦ୍ୟ ସଂଘର ସଭାପତି ପଦ୍ମଚରଣ ମହାନ୍ତ, ସମ୍ପାଦକ ଦୈତ୍ୟାରୀ ମହାନ୍ତ, ସମେତ ବୈଦ୍ୟ ଅବଦୁଲ ରହମନ, ସୁରେନ୍ଦ୍ର ବାରିକ, ବାବାଜୀ ଗିରି, ତ୍ରିଲୋଚନ ମହାନ୍ତ, ମୁରଲୀଧର ମହାନ୍ତ, ମଦନ ମୋହନ ମହାନ୍ତ, ଛୁଟୁ ନାଏକ, ଘାସିନାଥ ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ଏହି ସଚେତନା ବୈଠକର ଶେଷରେ ଗୁଣନିଧି ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories