www.samajalive.in
Sunday, December 14, 2025
23.1 C
Bhubaneswar

ଦେଓମାଳିରେ ପଡ଼ିବ ହାତଗଣ୍ଠି, ପର୍ଯ୍ୟଟନ ବିଭାଗର ଯୋଜନା

କୋରାପୁଟ: ରାଜ୍ୟର ସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳି ହେବ ନବଦମ୍ପତ୍ତିଙ୍କ ପାଇଁ ନୂଆ ଆକର୍ଷଣ। ନିଜ ବିବାହକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ ଆଉ ଯୁବପିଢ଼ିଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। କୋରାପୁଟ ଜିଲାରେ ଅବସ୍ଥିତ ପ୍ରକୃତିର ଗନ୍ତାଘର ଦେଓମାଳି ହେବ ପ୍ରଥମ ପସନ୍ଦ। ସମୁଦ୍ର ପତନଠାରୁ ୧୬୭୨ମିଟର ଉଚ୍ଚ ପାହାଡ଼ରେ ବାଜିବ ସାହାନାଇ, ପଡ଼ିବ ନବ ଦମ୍ପତିଙ୍କ ହାତଗଣ୍ଠି। ବର,କନିଆ, ବରଯାତ୍ରୀଙ୍କ ଗହଣରେ ନାଚି ଉଠିବ ଗିରିଶୃଙ୍ଗ। ଗଗନ ପବନ ପ୍ରକମ୍ପିତ ହେବ ବାଜାବାଜଣାରେ, ଆଉ ପ୍ରକୃତି କୋଳରେ ନିଜ ବିବାହକୁ ସ୍ମରଣୀୟ କରି ସ୍ମୃତିପେଡ଼ିରେ ସାଇତି ରଖିବେ ଯୁବପିଢ଼ି।

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଭଳି କିଛି ଯୋଜନା ଚାଲିଥିବା ଜଣାପଡ଼ିଛି। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଅନ୍ୟତମ ଆକର୍ଷଣ ପାଲଟିଛି କୋରାପୁଟ ଜିଲାର ଦେଓମାଳି ଗିରିଶୃଙ୍ଗ। ଦେଶର ୧୬ତମ ସର୍ବୋଚ୍ଚ ଗିରିଶୃଙ୍ଗ ସମୁଦ୍ର ପତନଠାରୁ ୧୬୭୨ମିଟର ଉଚ୍ଚରେ ଅବସ୍ଥିତ। ପର୍ଯ୍ୟଟନ ଋତୁରେ ଏହା ପର୍ଯ୍ୟଟକଙ୍କୁ ମତୁଆଲା କରିଥାଏ। ବିଶେଷକରି ଶୀତ ଓ ବର୍ଷାଦିନେ ଦେଓମାଳିର ଦୃଶ୍ୟ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କୁ ନିଜ କୋଳରେ ବାନ୍ଧି ରଖିଥାଏ। ପାହାଡ଼ ଉପରେ ନାଚି ଉଠେ ମେଘ, ଆଉ ମୌସୁମୀର ପ୍ରଥମ ସ୍ପର୍ଶ ଦେଓମାଳି ଗିରିଶୃଙ୍ଗକୁ ଛୁଇଁବା ପରେ ନାଚି ଉଠେ ପ୍ରକୃତି। ଏଭଳି ଏକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅଣ୍ଟା ଭିଡ଼ିଥିବା ବେଳେ କୋରାପୁଟ ଜିଲା ପର୍ଯ୍ୟଟନ ବିଭାଗକୁ ୧୬ କୋଟିର ଅନୁଦାନ ପ୍ରଦାନ କରାଯାଇଛି। ଏହାର ବହୁବିଧ ବିକାଶ ପାଇଁ ଯୋଜନା କରାଯାଇଛି। ଏଭଳି ସମୟରେ ଆଉ ପାଦେ ଆଗକୁ ବଢ଼ି ଏହାକୁ ବିବାହ ପାଇଁ ଲକ୍ଷ୍ୟସ୍ଥଳ କରିବାକୁ ଯୋଜନା କରିଛି ପର୍ଯ୍ୟଟନ ବିଭାଗ। ସରକାରଙ୍କ ପକ୍ଷରୁ ସେଠାରେ ୱେଡିଂ ଡେଷ୍ଟିନେସନ (ବିବାହ ଲକ୍ଷ୍ୟସ୍ଥଳ) ଘୋଷଣା କରିବା ପରେ ନିଜନିଜ ସନ୍ତାନଙ୍କ ବିବାହ ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ଇଚ୍ଛୁକ ଜନସାଧାରଣ ଖୁସିବ୍ୟକ୍ତ କରିଛନ୍ତି। ବାହାଘର ପାଇଁ ଆଉ ରାଜ ଉଆସ, କି ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ। ପୂର୍ବଘାଟ ପର୍ବତମାଳାର ଉଚ୍ଚତ୍ତମ ଗିରିଶୃଙ୍ଗ ଦେଓମାଳିର ପ୍ରାକୃତିକ ଶୋଭାରାଜି ମଧ୍ୟରେ ଏକ ନିଆରା ପରିବେଶ ଉପରେ ହେବ ବାହାଘର। ଦେଓମାଳିକୁ ଅଧିକ ଆକର୍ଷଣୀୟ କରିବା ସହ ଭିତ୍ତିଭୂମି ବିକାଶ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସୂଚନା ମିଳିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories