www.samajalive.in
Sunday, December 14, 2025
16.1 C
Bhubaneswar

ଯୁବକଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ମାଓବାଦୀ

ରାଇଘର: ନବରଙ୍ଗପୁର ଜିଲା ରାଇଘର ବ୍ଲକର ଛତିଶଗଡ ସୀମାକୁ ଲାଗିଥିବା ହାତୀଗାଁ ଗ୍ରାମପଞ୍ଚାୟତ ଖାଲେପାରା ଗ୍ରାମରେ ଜଣେ ଯୁବକଙ୍କୁ ମାଓବାଦୀ ଘରୁ ଡାକି ନେଇ ନିର୍ଧୁମ ମାଡ଼ ମାରିବା ସହିତ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଜଣାପଡ଼ିଛି। ଯୁବକଜଣକ ଉକ୍ତ ଗ୍ରାମର ଚନ୍ଦନ ମଲ୍ଲିକ (୪୨) ବୋଲି ସୂଚନା ମିଳିଥିବା ବେଳେ ପୁଲିସ ସୂଚନାଦାତା ଅଭିଯୋଗ କରି ତାଙ୍କୁ ହତ୍ୟା କରାଯାଇଥିବା ମାଓବାଦୀ ଲିଫ୍‌ଲେଟ୍ ମାଧ୍ୟମରେ ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟାରେ ପ୍ରାୟ ୨୦ରୁ ୨୫ ଜଣ (ଉଦନ୍ତି ଏରିଆ କମିଟି)ର ମାଓବାଦୀ ଛତିଶଗଡ଼ ସୀମାକୁ ଲାଗି ରହିଥିବା ହାତିଗାଁ ଖାଲେପାରା ଗ୍ରାମରେ ବସବାସ କରୁଥିବା ଚନ୍ଦନ ମଲ୍ଲିକଙ୍କ ଘରକୁ ଆସି ତାଙ୍କୁ ଘରୁ ବାନ୍ଧି ଡାକି ନେଇ ପାଖରେ ଥିବା ଅଙ୍ଗନବାଡି କେନ୍ଦ୍ର ନିକଟରେ ଗ୍ରାମବାସୀଙ୍କୁ ଡକାଇ ଏକ ସଭା କରିଥିଲେ। ସେଠାରେ ଅନ୍ୟ କେତେ ଜଣକୁ ମାଡ଼ ମାରିବା ସହ ପୁଲିସକୁ ସୂଚନା ଦେବାକୁ ମନା କରିବା ପରେ ସମସ୍ତଙ୍କୁ ନିଜ ନିଜ ଘରକୁ ଚାଲିଯିବାକୁ କହିଥିଲେ ମାଓବାଦୀ। ଚନ୍ଦନ ମଲ୍ଲିକଙ୍କୁ ହାତରେ ଦଉଡ଼ି ବାନ୍ଧି ନିକଟସ୍ଥ ଖେଳପଡ଼ିଆକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ବେକକୁ ବାନ୍ଧି ଶ୍ୱାସରୁଦ୍ଧ କରି ମାରିଥିବା ତାଙ୍କ ବେକରେ ଥିବା ଚିହ୍ନରୁ ଜଣାପଡ଼ିଛି। ନିଜ ଘର ଠାରୁ ୨୦୦ ମିଟର ଦୂର ରାସ୍ତା କଡ଼ରେ ହିଁ ମୃତଦେହ ପଡ଼ି ରହିଥବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ମାଓବାଦୀ କିଛି ଲିଫ୍‌ଲେଟ୍ ଛାଡ଼ିଥିବା ବେଳେ ଏହିି ହତ୍ୟାକାଣ୍ଡ ପାଇଁ ନବରଙ୍ଗପୁର ଏସ୍‌ପି , ଛତିଶଗଡ଼ର ଗରିଆବନ୍ଧ ଏସ୍‌ପି ଓ ପୁଲିସ ଗୁଇନ୍ଦା ବିଭାଗ ଦାୟୀ ରହିବେ ବୋଲି ଉଲ୍ଲେଖ କରିଛନ୍ତି। ଏଥିସହ ମୃତ ଚନ୍ଦନ କିଛିଦିନ ଧରି ପୁଲିସର ସହଯୋଗୀ ସାଜି ମାଓବାଦୀଙ୍କ ଗତିବିଧି ବିଷୟରେ ଖବର ଦେଉଥିଲା ବୋଲି ଅଭିଯୋଗ କରିବା ସହ ପୂର୍ବରୁ ତାଙ୍କୁ ଜନ ଅଦାଲତରେ ହାଜର ଚେତାବନୀ ଦିଆଯାଇଥିଲା। ସେଥିରୁ ନିବୃତ୍ତ ରହିବା ପାଇଁ ତାଙ୍କୁ କୁହାଯାଇଥିଲା, କିନ୍ତୁ ସେ ନ ମାନି ପୁଣିଥରେ ପୁଲିସର ସୂଚନାଦାତା ଭାବେ କାମ କରୁଥିବା ଯୋଗୁଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଉକ୍ତ ଲିଫ୍‌ଲେଟ୍‌ ଗୁଡ଼ିକରେ ଉଲ୍ଲେଖ କରାଯାଇଛି। ରାଇଘର ପୁଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବାବେଳେ ଗ୍ରାମବାସୀ ଭୟଭୀତ ହୋଇ ରହିଥିବା ଓ ଘଟଣା ନେଇ ମୁହଁ ଖୋଲୁନାହାନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories