ବଜେଟ ୨୦୨୩-୨୪: ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା’, ଆରମ୍ଭ ହେବ ‘ଆମ ହସ୍ପିଟାଲ’
୧୬,୦୪୮ କୋଟି ବ୍ୟୟ ବରାଦ
ଭୁବନେଶ୍ୱର: ଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୩-୨୪ରେ ଜନସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଇଛନ୍ତି। ସ୍ବାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସପିଟାଲ’ ନୂଆ ଯୋଜନା ଆରମ୍ଭ କରାଯିବାକୁ ବ୍ୟୟବରାଦ ହୋଇଛି।
ଅର୍ମଥନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ କହିଛନ୍ତି ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟବରାଦ ହୋଇଥିବା ଟଙ୍କାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ବ୍ୟୟବରାଦ ବାବଦରେ ୩ ହଜାର ୭୨୫ କୋଟି ଟଙ୍କା ଓ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧୨ ହଜାର ୩୧ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଆମ ହସ୍ପିଟାଲ’ ନୂଆ ଯୋଜନା ମଧ୍ୟ ଆରମ୍ଭ କରିବେ। ଏଥିପାଇଁ ରାଜ୍ୟ ବଜେଟରେ ୭୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ତେବେ ଆଗାମୀ ୧ ବର୍ଷ ଭିତରେ ୧୪୭ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତରିତ କରାଯିବ।
ବିଗତ ଦୁଇ ଦଶନ୍ଧି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ମାର୍ଗଦର୍ଶନରେ ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ପରିଲକ୍ଷିତ ହୋଇଛି । ଗତ ୨୦୦୦ ମସିହାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆମର ବିଭିନ୍ନ ସ୍ୱାସ୍ଥ୍ୟ ସୂଚକାଙ୍କ ବହୁ ନିମ୍ନରେ ଥିବା ସ୍ଥଳେ ସମ୍ପ୍ରତି ଦେଶରେ ଏକ ଅଗ୍ରଗଣ୍ୟ ସଫଳ ରାଜ୍ୟ ଭାବେ ଓଡ଼ିଶାଏକ ଉଚ୍ଚ ସ୍ଥାନ ଅଧିକାର କରିଛି । ସାମ୍ପଲ ରେଜିଷ୍ଟ୍ରେଶନ ସର୍ଭେ ରିପୋର୍ଟ୍ ଅନୁସାରେ ୨୦୦୫ ମସିହାଠାରୁ ୨୦୨୦ ମସିହା ମଧ୍ୟରେ ଓଡ଼ିଶାରେ ଶିଶୁ ମୃତୁ୍ୟହାରର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ହ ୍ରାସ ଘଟିଥିବାବେଳେ ୨୦୧୫-୧୭ ଠାରୁ ୨୦୧୮-୨୦ ମଧ୍ୟରେ ମାତୃମୃତୁ୍ୟ ହାର କମାଇବାରେ ଆମେ ଦ୍ୱିତୀଯ ସ୍ଥାନରେ ଅଛୁ ।
ସେହିପରି ପଞ୍ଚମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ୍ ଅନୁସାରେ ଦେଶରେ ସାର୍ବଜନୀନ ଟୀକାଦାନ କାର୍ଯ୍ୟକ୍ରମରେ ୯୦.୫% ଲକ୍ଷ୍ୟ ହାସଲ କରି ଓଡ଼ିଶା ସର୍ବୋଚ୍ଚ ସ୍ଥାନରେ ଅଛି । ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ରୋଗୀ ସଂଖ୍ୟା ୯୪% କମାଇ ଆମେ ଦେଶରେ ପ୍ରଥମ ସ୍ଥାନରେ ଥିବାବେଳେ ଯକ୍ଷ୍ମା ନିୟନ୍ତ୍ରଣରେ ଦ୍ୱିତୀୟ ସ୍ଥାନ ହାସଲ କରିଛୁ । ୯୨.୨% ଗର୍ଭବତୀ ମହିଳାଙ୍କର ଆନୁଷ୍ଠାନିକ ପ୍ରସବ ଡାକ୍ତରଖାନାରେ କରାଯାଇ ପାରିଛି ବୋଲି ପଞ୍ଚମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ୍ ପ୍ରଦାନ କରିଛନ୍ତି ।
କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମୂଳମନ୍ତ୍ର ପ୍ରତ୍ୟେକଟି ଜୀବନ ମୁଲ୍ୟବାନକୁ କାର୍ଯ୍ୟ କ୍ଷେତ୍ରରେ ରୂପାୟିତ କରି ଓଡ଼ିଶା ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓ ଅମାପ ପ୍ରଶଂସା ସାଉଁଟିଛି । ଲକ୍ ଡାଉନ୍ ସତ୍ତେ୍ୱ ଆମେ ଅମ୍ଳଜାନ ପ୍ରସ୍ତୁତିଶାଳାଗୁଡିକର ତତ୍କାଳ ଉନ୍ନତିକରଣ କରାଇ କେବଳ ଯେ ଆମ ରାଜ୍ୟର ରୋଗୀମାନଙ୍କର ଚାହିଦା ପୂରଣ କଲୁ ତାହା ନୁହେଁ, ଅଧିକ;ୁ ଅମ୍ଳଜାନର ଅଭାବ ଦେଇ ଗତିକରୁଥିବା ଅନେକ ରାଜ୍ୟକୁ ମଧ୍ୟ ବିପଦ ସମୟରେ ଅମ୍ଳଜାନ ଯୋଗାଇ ହଜାର ହଜାର ମୁଲ୍ୟବାନ ଜୀବନ ବଞ୍ଚାଇ ପାରିଛୁ ।
ରାଜ୍ୟରେ ନିଆଯାଇଥିବା ୫ ‘ଟି’ ଆଭିମୁଖ୍ୟର ସୁଫଳ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ବେଶ ପରିଦୃଷ୍ଟ । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେିକାଲ କଲେଜକୁ ଏମ୍ସ ପ୍ଲସରେ ରୂପାନ୍ତରିତ କରିବାଠାରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ୍ କାର୍ଡ ପ୍ରଦାନ ଓ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆଦି ବିଭିନ୍ନ ଅଭିନବ ଜନହିତକାରୀ ସେବା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।
ସ୍ୱାସ୍ଥ୍ୟ ସେବା ନିମନ୍ତେ ରଖା ଯାଇଥିବା ୧୬,୦୪୮ କୋଟିର ପ୍ରସ୍ତାବିତ ବଜେଟ ଗତ ବର୍ଷ ତୁଳନାରେ ୨୭% ଅଧିକ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଥିବା ଅର୍ଥର ପ୍ରାୟ ତିନି ଗୁଣ । ରାଜ୍ୟର ସାମଗ୍ରିକ ବଜେଟର ଏହା ହେଉଛି ୭ ପ୍ରତିଶତ । ସେଥି ମଧ୍ୟରେ ରହିଛି ୩,୭୨୫ କୋଟି ଟଙ୍କାର ପ୍ରଶାସନିକ ଖର୍ଚ୍ଚ, ବିଭିନ୍ନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୋଜନା କାର୍ଯ୍ୟକ୍ରମ ବାବଦରେ ୧୨,୦୩୧ କୋଟି ଟଙ୍କାର ବ୍ୟୟବରାଦ । ସ୍ୱାସ୍ଥ୍ୟ ପରିଯୋଜନା ବାବଦ ଖର୍ଚ୍ଚ ଅଟକଳକୁ ୨୦୨୨-୨୩ ତୁଳନାରେ ୩୩% ବୃଦ୍ଧି କରାଯାଇଛି ।
ଆମ ହସପିଟାଲ : ୫-‘ଟି’ ଅଧୀନରେ ସରକାରୀ ଚିକିତ୍ସାଳୟଗୁଡିକର ରୂପାନ୍ତରଣ ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା’କୁ ନିର୍ଣ୍ଣାୟକ ଭାବେ ଦୃଷ୍ଟିରେ ରଖି ୨୦୨୩-୨୪ ସ୍ୱାସ୍ଥ୍ୟ ବଜେଟ ପ୍ରସ୍ତୁତ କରାଯାଇଛି । ସରକାରୀ ଚିକିତ୍ସାଳୟଗୁଡିକର ଉନ୍ନତିକରଣ କରାଇ ସର୍ବୋତ୍ତମ ଘରୋଇ ଚିକିତ୍ସାଳୟ ସହ ସମକକ୍ଷ କରିବାର ଯେଉଁ ସ୍ୱପ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଖିଛନ୍ତି ତାହାର ସଫଳ ରୂପାୟନ ପାଇଁ ଏଥିରେ ବ୍ୟବସ୍ଥା ରହିଛି ।
ଏହି ପରିପ୍ରେକ୍ଷିରେ ‘ଆମ ହସପିଟାଲ’ ନାମକ ଏକ ନୂତନ ସ୍କିମ୍କୁ ସ୍ୱାସ୍ଥ୍ୟ ସେବାର ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ରହିଛି, ଯେଉଁଥିରେ ୧୪୭ ଗୋଟି ସ୍ୱାସ୍ଥ୍ୟ ଅନୁଷ୍ଠାନର ମାତ୍ର ୯ ମାସ ଅବଧି ମଧ୍ୟରେ ରୂପାନ୍ତରଣ କରାଯାଇପାରିବ ଓ ୨୦୨୩-୨୪ ବଜେଟ୍ରେ ଏଥିପାଇଁ ୭୫୦ କୋଟି ଟଙ୍କାର ବ୍ୟବସ୍ଥା ରହିବ । ଏହି ସ୍କିମ୍ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ସଦର ଚିକିତ୍ସାଳୟ ଭଳି ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନର ଉନ୍ନତିକରଣ ମାଧ୍ୟମରେ ଭିତ୍ତିଭୂମିର ବିକାଶ, ରୋଗୀମାନଙ୍କର ମୌଳିକ ଆବଶ୍ୟକତା ଓ ସେବା ପ୍ରଦାନ ଆଦିକୁ ଗୁରୁତ୍ୱ ଦିଆଯିବ ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ପରିବାରରେ କେହି ରୋଗ ବ୍ୟାଧିର ଶିକାର ହେଲେ ପରିବାରଟି ଜୀବନର ସବୁ ସଞ୍ଚୟ ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୁଅନ୍ତି ଏବଂ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଆନ୍ତି । ରୋଗଗ୍ରସ୍ତ ସମସ୍ତ ପରିବାରର ଚିକିତ୍ସାଗତ ସୁରକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଭଳି ଯୁଗାନ୍ତକାରୀ ଯୋଜନା ଗ୍ରହଣ କରିଛନ୍ତି, ଯାହା ସମଗ୍ର ଦେଶ ଓ ସମ୍ଭବତଃ ବିଶ୍ୱରେ ମଧ୍ୟ ଅନନ୍ୟ।
ଏହି ଯୋଜନା ମାଧ୍ୟମରେ ସମସ୍ତ ସରକାରୀ ଚିକିତ୍ସାଳୟରେ ସମସ୍ତ ବ୍ୟକ୍ତିଙ୍କୁ ବହିର୍ବିଭାଗ ସେବା ଠାରୁ ଆରମ୍ଭ କରି ଅସ୍ତ୍ରୋପଚାର, ଆଇସିୟୁ ସେବା ଓ ଅନ୍ୟାନ୍ୟ ସମସ୍ତ ପରୀକ୍ଷା ନିରୀକ୍ଷା ତଥା ଚିକିତ୍ସା, ନିଃଶୁକ୍ଲ ପ୍ରଦାନ କରାଯାଏ। ପ୍ରତିବର୍ଷ ଗରିବ ରୋଗୀମାନେ ଔଷଧ ବାବଦକୁ ପ୍ରାୟ ୬୦୦ କୋଟି ଟଙ୍କାର ଖର୍ଚ୍ଚଭାରରୁ ମୁକ୍ତି ପାଆନ୍ତି ଯାହା ନିରାମୟ ଯୋଜନା ଅଧୀନରେ ରାଜ୍ୟ ସରକାର ବହନ କରନ୍ତି। ସେହିଭଳି ସରକାରଙ୍କ ପ୍ରଚଳିତ ନିଦାନ ସ୍କିମ୍ ଯୋଗୁ ଓଡ଼ିଶାର ଜନସାଧାରଣ ପ୍ରତିବର୍ଷ ରୋଗ ନିଦାନ ଓ ପରୀକ୍ଷା ନିରୀକ୍ଷା ବାବଦରେ ପ୍ରାୟ ୧୫୦ କୋଟି ଟଙ୍କାର ଖର୍ଚ୍ଚରୁ ରକ୍ଷା ପାଆନ୍ତି । ଏତଦବ୍ୟତୀତ, ରାଜ୍ୟର ୯୬. ୫ ଲକ୍ଷ ପରିବାରର ପ୍ରାୟ ୩.୩ କୋଟି ସଦସ୍ୟ ୧୭ ଟି ବିଭିନ୍ନ ରାଜ୍ୟରେ ଥିବା ୬୦୦ ଉନ୍ନତ ଘରୋଇ ଚିକିତ୍ସାଳୟରେ ବିନାଦେୟରେ ସ୍ୱାସ୍ଥ୍ୟ ସେବା ପାଇ ଥାଆନ୍ତି ।
ଆଜି ପର୍ଯ୍ୟନ୍ତ ଏଭଳି ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ପ୍ରାୟ ୨୧୦୦ କୋଟି ଟଙ୍କା ଏ ବାବଦରେ ପରୋକ୍ଷରେ ସଞ୍ଚୟ କରିଛନ୍ତି । ଗୃହର ମାନ୍ୟବର ସଦସ୍ୟମାନେ ଜାଣି ଖୁସି ହେବେ ଯେ ପ୍ରାୟ ୫୦,୦୦୦ ପରିବାର ବାର୍ଷିକ ଅନ୍ୟìନ ୧ ଲକ୍ଷ ଟଙ୍କା ଏବଂ ପ୍ରାୟ ୧୦୦୦ ମହିଳା ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ପ୍ରାପ୍ତ ହୋଇଛନ୍ତି । ବିଗତ ବର୍ଷରେ ଚିକିତ୍ସିତ ରୋଗୀମାନଙ୍କଠାରୁ ମିଳିଥିବା ୯୭% ସକାରାତ୍ମକ ମତାମତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ବ୍ୟାପକ ସଫଳତାକୁ ସୂଚିତ କରେ ।
ମାନବ ସମ୍ବଳ : କୌଣସି ଚିକିତ୍ସାଳୟ ଚିକିତ୍ସକ ବିହୀନ ହୋଇ ରହିବ ନାହିଁ ସମସ୍ତ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ସହାୟକ କର୍ମଚାରୀ (ପାରା ମେଡିକ୍ସ)ଙ୍କର ନିଯୁକ୍ତିକୁ ସୁନିଶ୍ଚିତ କରିବା ସରକାରଙ୍କର ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୪୦୦୦ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ୨୦୨୩-୨୪ ମସିହାରେ ୫୦୦୦ ରୁ ଅଧିକ ଡାକ୍ତର ନିଯୁକ୍ତି ପାଇବେ ବୋଲି ଆଶା ରଖାଯାଇଛି । ସେହିଭଳି ସରକାର ଗତ ୩ ବର୍ଷରେ ୯୦୦୦ ରୁ ଅଧିକ ଷ୍ଟାଫ୍ ନର୍ସ ଓ ପାରାମେିକାଲ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ଏବଂ ଚଳିତ ବର୍ଷ ଆଉ ୯୦୦୦ ଜଣଙ୍କୁ ନିଯୁକ୍ତି ଦେବାର ଆଶା ରଖା ଯାଇଛି । ସେମାନଙ୍କର ଏଷ୍ଟାବ୍ଳିଶମେଣ୍ଟ ଚାର୍ଜ ନିମନ୍ତେ ୨୦୨୩-୨୪ ବଜେଟ୍ରେ ପ୍ରଶାସନିକ ବ୍ୟୟ ଅଧୀନରେ ୨୨୯ କୋଟି ଟଙ୍କାର ଅତିରିକ୍ତ ଅର୍ଥ ବ୍ୟବସ୍ଥା କରା ଯାଇଛି ।
ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ମିଶନ: ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ନିର୍ମାଣ ଏବଂ ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ବିଗତ ୬ ବର୍ଷ ମଧ୍ୟରେ ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟ, ପୁରୀ, କେନ୍ଦୁଝର ଏବଂ ସୁନ୍ଦରଗଡରେ ୭ ଗୋଟି ନୂଆ ମେଡ଼ିକାଲ କଲେଜ ଏବଂ ଭୁବନେଶ୍ୱସ୍ଥିତ କ୍ୟାପିଟାଲ ହସପିଟାଲ ଓ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନଠାରେ ଦୁଇଟି ପୋଷ୍ଟ ଗ୍ରାଜୁଏଟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ୨୦୨୩-୨୪ ମସିହାରେ କଳାହାଣ୍ଡି ମେଡ଼ିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଇଛି । ଏହାପରେ ତାଳଚେର, ଫୁଲବାଣୀ ଏବଂ ଯାଜପୁର ଠାରେ ପର୍ଯ୍ୟାୟକ୍ରମେ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ କରାଯିବ।
ମେଡ଼ିକାଲ ଶିକ୍ଷାର ମାନବୃଦ୍ଧି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଥିବା ମହତ ଲକ୍ଷ୍ୟକୁ ସାକାର କରିବା ପାଇଁ ଡାକ୍ତର ଓ ସ୍ପେସିଆଲିଷ୍ଟ ସୃଷ୍ଟି ଓ ନିଯୁକ୍ତି ଦିଗରେ ରାଜ୍ୟ ଆତ୍ମନିର୍ଭରଶୀଳ ହେବାକୁ ଆଗକୁ ବଢୁଛି । ୨୦୦୦ ମସିହାରେ ରାଜ୍ୟରେ ବର୍ଷକୁ ମାତ୍ର ୩୨୧ ଏମ୍. ବି.ବି. ଏସ. ଡାକ୍ତର ଓ ୨୫୪ ସ୍ପେସିଆଲିଷ୍ଟ ବାହାରୁ ଥିବାବେଳେ ବର୍ତ୍ତମାନ ତାହା ଯଥାକ୍ରମେ ୨୨୦୦ ଓ ୮୨୬ କୁ ବୃଦ୍ଧି ପାଇଛି ।
୨୦୨୧ରେ ମୁଖ୍ୟମନ୍ତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାଙ୍କ ପାଇଁ ୧୫% ଏମ୍.ବି.ବି.ଏସ. ସିଟ ସଂରକ୍ଷିତ ରଖିବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହା ଆମ ପାଇଁ ଗର୍ବର ବିଷୟ ଯେ ଗତ ୨ ବର୍ଷ ମଧ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିବା ୪୧୫ ଜଣ ଛାତ୍ରଛାତ୍ରୀ ଏହି ନୀତି ଅନୁଯାୟୀ ଏମ୍.ବି.ବି.ଏସ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି ।
ରାଜ୍ୟର ନିଜସ୍ୱ ଯୋଜନା ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଅଧୀନରେ ଭିତ୍ତିଭୂମି ବିକାଶ ପାଇଁ ୨୦୨୩-୨୪ ବଜେଟରେ ୩,୦୦୩ କୋଟି ଟଙ୍କା ପ୍ରଦାନ ନିମନ୍ତେ ବ୍ୟୟବରାଦ କରାଯାଇଛି ଯେଉଁଥିରେ ଏସ.ସି.ବି. ମେଡ଼ିକାଲ କଲେଜର ପୁନର୍ବିନ୍ୟାସ ପାଇଁ ୧୪୦୦ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏତଦବ୍ୟତୀତ ଖାଦ୍ୟ ବାବଦରେ ୭୧ କୋଟି, ସିକ୍ୟìରିଟୀ, ପରିମଳ, ଲଣ୍ଡରୀ, ଏବଂ ରକ୍ଷଣାବେକ୍ଷଣ ସେବାର ଆଉଟ ସୋର୍ସିଙ୍ଗ ପାଇଁ ନିର୍ମଳ ଯୋଜନା ଅଧୀନରେ ୬୪୬ କୋଟି ଏବଂ ଯାନ୍ତ୍ରିକ ଉପକରଣ ପାଇଁ ୧୧୦ କୋଟି ଟଙ୍କାର ବ୍ୟୟ ପ୍ରଦାନ ନିମନ୍ତେ ବ୍ୟବସ୍ଥା ଅଛି ।
୧୦୮ ଆମ୍ବୁଲାନ୍ସ ସେବା : ଗୁରୁତର ଅସୁସ୍ଥ ରୋଗୀଙ୍କୁ ଜରୁରୀ ସମୟରେ ଡାକ୍ତରଖାନା ନେବାପାଇଁ ୨୦୧୨-୧୩ ମସିହାରେ ସରକାର ୧୦୮ ଅମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ । ସମଗ୍ର ଦେଶରେ ୧୦୮ ଆମ୍ବୁଲାନ୍ସ ସେବାର ହାରାହାରି ରେସପନ୍ସ ସମୟ ପ୍ରାୟ ୩୦ ମିନିଟ ଥିଲାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ‘ପ୍ରତ୍ୟେକଟି ଜୀବନ ମୁଲ୍ୟବାନ’ର ମୂଲ୍ୟବୋଧକୁ ପ୍ରାଥମିକତା ପ୍ରଦାନ କରି ଆମରାଜ୍ୟରେ ଏହାକୁ ୩୦ ମିନିଟରୁ ୨୦ ମିନିଟକୁ ହ ୍ରାସ କରିବାକୁ ରାଜ୍ୟ ସରକାର ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ପୋଷଣ କରିଛନ୍ତି । ସେଥି ନିମନ୍ତେ, ଆମ ରାଜ୍ୟରେ କାର୍ଯ୍ୟ କରୁଥିବା ଆମ୍ବୁଲାନ୍ସ ସହିତ ୨୩୬ ଗୋଟି ନୂତନ ଅମ୍ବୁଲାନ୍ସ ଯୋଗ କରିବାକୁ ୨୦୨୩-୨୪ ବଜେଟ୍ ରେ ୨୫୦ କୋଟି ଟଙ୍କାର ରକ୍ଷା ଯାଇଛି ।
ଓଡ଼ିଶା ସାମଗ୍ରିକ କର୍କଟ ଚିକିତ୍ସା ଯୋଜନା: ରାଜ୍ୟରେ କର୍କଟ ଚିକିତ୍ସା ଯୋଜନା ଅଧୀନରେ କେମୋଥେରାପି, ଅନ୍କୋ-ସର୍ଜରି , ରେଡିଓଥେରାପି ଏବଂ ପାଲିଏଟିଭ କେୟାର ସେବା ପ୍ରଦାନ ପାଇଁ ୩ ଟି ପର୍ଯ୍ୟାୟରେ ୧ ହଜାର ୪୬ କୋଟି ଟଙ୍କା ବ୍ୟୟରେ ୧୧ ଟି କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଯୋଜନା କରାଯାଇଛି । ୨୦୨୩-୨୪ ବର୍ଷରେ କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨ ସହ ୧୧ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି ।
ଜାତୀୟ ସ୍ୱାସ୍ଥ୍ୟ ମିଶନ : ୨୦୨୩-୨୪ ବଜେଟ୍ ବ୍ୟୟ ଆକଳନରେ ବିଭିନ୍ନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡିକର କାର୍ଯ୍ୟାନ୍ୱୟନ ପାଇଁ ୨ ହଜାର ୨ ସହ ୮୯ କୋଟି ଟଙ୍କା ଯୋଗାଇ ଦିଆଯାଇଛି।
Comments are closed.