ପୌର କାର୍ୟ୍ୟାଳୟ କାଉନସିଲର ଓ ସୂଚନା ଅଧିକାରକର୍ମୀ ମଧ୍ୟରେ ଗଣ୍ଡଗୋଳ, ଥାନାରେ ଅଭିଯୋଗ
ଚୌଦ୍ୱାର : ଗୁରୁବାର ଚୌଦ୍ୱାର ପୌର କାର୍ଯ୍ୟାଳୟରେ ଜଣେ କାଉନସିଲର ଓ ଜଣେ ସୂଚନା ଅଧିକାର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ ଚୌଦ୍ୱାର ପୌରପାଳିକା ୧୦ ନମ୍ବର ୱାର୍ଡ଼ ଲେବର ଟେନାମେଣ୍ଟର ମନୋରଞ୍ଜନ ସାହୁ ନାମକ ସୂଚନାଧିକାର କର୍ମୀ କୌଣସି କାମରେ ପୌର କାର୍ଯ୍ୟାଳୟକୁ ଯାଇଥିଲେ।
ସେଠାରେ କାଉନସିଲର ଅଜୟ କୁମାର ବେହେରା(ଅଜିନି)ଙ୍କ ସହିତ କୌଣସି କଥାକୁ ନେଇ ତାଙ୍କର ବାକ୍ ବିତଣ୍ଡା ହୋଇଥିଲା। ପରବର୍ତ୍ତି ସମୟରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। କାଉନ୍ସିଲର ତାଙ୍କୁ ମାଡ଼ ମାରିଥିବା ମନୋରଞ୍ଜନ ଚୌଦ୍ୱାର ଥାନାରେ ଏତାଲା ଦେବା ସହିତ ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ମନୋଜ ତାଙ୍କୁ ଜାତିଆଣ ଅକ୍ଷେପ କରିବା ସହିତ ଧକ୍କା ଓ ମାଡ଼ ମାରିଥିବା କାଉନସିଲର ଶ୍ରୀ ବେହେରା ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି।
ପୁଲିସ ଉଭୟ ପକ୍ଷର ଅଭିଯୋଗ ପାଇ କାଉନସିଲର ଶ୍ରୀ ବେହେରାଙ୍କୁ ଚିକିତ୍ସା ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ଅନୁସଂଧାନ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର ପ୍ରକାଶ କରିଛନ୍ତି। ଏହି ଘଟଣାପରେ ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ ଓ ସମସ୍ତ କାଉନ୍ିଲର ସଂଧ୍ୟାରେ ଥାନାରେ ପହଞ୍ଚି ଘଟଣାର ବିଧିବଦ୍ଧ ତଦନ୍ତ କରି ଦୋଷିକୁ ଦଣ୍ଡ ବିଧାନ କରିବାକୁ ଆଇଆଇସିଙ୍କୁ ଅନୁରୋଧ କରିଥିବା ଜଣା ପଡ଼ିଛି।
Comments are closed.